jayashree

ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ଟିଟିଲାଗଡରେ ମିଳୁନି ପେଟ୍ରୋଲ : ଗୋଟିଏ ପେଟ୍ରୋଲ ପମ୍ପ ଖୋଲା ଅଛି, ଲୋକଙ୍କ ପ୍ରବଳ ଭିଡ଼

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରାଜ୍ୟ ବ୍ୟାପି ଡ୍ରାଇଭର ମହାସଂଘର ଆନ୍ଦୋଳନର ପ୍ରଭାବ ଟିଟିଲାଗଡ ସହରରେ ଦେଖିବାକୁ ମିଳୁଛି, ଖାସ କରି କାଲି ରାତିଠାରୁ ସହରର ମେଦିରତା ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ମିଳୁଥିଲା । ଆଜି ସକାଳୁ ସହରର ସମସ୍ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ ଥିବାରୁ ପମ୍ପ ସବୁ ବନ୍ଦ ରହିଥିବା ବେଳେ ବେହେରା ଗ୍ୟାସ ସମ୍ମୁଖରେ ଥିବା ଅଭିନନ୍ଦନ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ମିଳୁଥିବା ଜାଣି ପେଟ୍ରୋଲ ପକାଇବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଟିଟିଲାଗଡ଼ ପୋଲିସ ପକ୍ଷରୁ ମିଳୁଥିବା ପେଟ୍ରୋଲ ପମ୍ପମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି । ସରକାର ଯଥା ଶୀଘ୍ର ସମାଧାନର ବାଟ ନ ଫିଟାଇଲେ ଅନ୍ୟ ଜିନିଷର ଦର ବୃଦ୍ଧିକୁ ରୋକିବା ଅସମ୍ଭବ ହୋଇଯିବ । ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.