ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ବିଧିବଧ ବିଜ୍ଞପ୍ତି । ଆସନ୍ତା ୨ରୁ ୭ତାରିଖ ମଧ୍ୟରେ ନାମାଙ୍କନ ଦାଖଲ ହେବ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍ ହେବ । ୨୪ ତାରିଖରେ ପୌର ଭୋଟ୍ ପଡିବ । ଏହାପରେ ୨୬ ତାରିଖରେ ଭୋଟ୍ ଗଣତି ହେବ । ଏନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶାନ୍ତିଶୃଙ୍ଖଳାର ସହ କିପରି ଭୋଟ୍ ସାରିବ ସେନେଇ ନିର୍ବାଚନ କମିଶନର ଗୁରୁତ୍ଵ ଦେଇଛନ୍ତି ।

ସୂଚନା ଅନୁସାରେ ଚଳିତ ବର୍ଷ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗରରେ ନିର୍ବାଚନ ହେବ । ତେବେ ଆଗୁଆ ନିର୍ବାଚନ ହେବାକୁ ଥିବା ସ୍ଥାନମାନଙ୍କୁ ଇଭିଏମ୍‌ ପଠାସାରିଥିବା ବେଳେ ନିର୍ବାଚନ କାର୍ଯ୍ୟରେ ଯୋଗଦେବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଇଭିଏମ୍‌ର ପ୍ରଶିକ୍ଷଣ ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

9 + three =