csstore

ଟ୍ରାକ୍ଟର ଚୋରକୁ ଗିରଫ୍‌ କଲା ଲୋଇସିଂହା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାକ୍ଟର ଚୋରକୁ ଗିରଫ୍‌ କଲା ଲୋଇସିଂହା ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନା ଅନୁସାରେ ଲୋଇସିଂହା ଥାନା ନଅଗାଁ(ବି) ନିବାସୀ ନିରଂଜନ ପଧାନ ଗତ ୨୧ ତାରିଖ ଦିନ ରାତିରେ ରୁଗୁଡିଖାଲ୍‌ରେ ଥିବା ତାଙ୍କ ଗ୍ରୋସରୀ ଦୋକାନ ସାମ୍ନାରେ ତାଙ୍କ ସ୍ୱରାଜ ଟ୍ରାକ୍ଟର ରଖି ଦେଇଥିବା ବେଳେ କେହିଜଣେ ଦୁର୍ବୃତ୍ତ ଟ୍ରାକ୍ଟର ଚୋରି କରି ନେଇଥିବା ସଂପର୍କରେ ୨୨ ତାରିଖ ଦିନ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ଏହି ମାମଲାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନ୍‌ପାଲିର ଭାଗବତିଆ ମହାନନ୍ଦଙ୍କ ପୁଅ ଶାନ୍ତନୁ ବ୍ରହ୍ମଚାରୀ ଓରଫ୍‌ ମହାନନ୍ଦଙ୍କୁ ପୋଲିସ ଗିରଫ୍‌ କରିଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ସ୍ୱରାଜ ଟ୍ରାକ୍ଟର ମଧ୍ୟ ଜବତ୍‌ ହୋଇଥିବା ସୂଚନାରେ କୁହାଯାଇଛି । ତେବେ ସଂପୃକ୍ତ ଅଭିଯୁକ୍ତ ଶାନ୍ତନୁଙ୍କ ନାମରେ ପୂର୍ବରୁ ମଧ୍ୟ ଖପ୍ରାଖୋଲ ଓ ଆଗଲପୁର ଥାନାରେ ଟ୍ରାକ୍ଟର ଚୋରି ମାମଲା ରହିଥିବା ଏସ୍‌ଡ଼ିପିଓ ଶ୍ରୀ ସାହୁ କହିଛନ୍ତି ।

jayashree
Leave A Reply

Your email address will not be published.