om academy

ରସୁଲପୁରରେ ପୋଲ ଭୁଶୁଡ଼ି ଯାତାୟତ ବାଧାପ୍ରାପ୍ତ

jsm

ଯାଜପୁର : ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍‌ ଛକ ନିକଟରେ ଥିବା ଏକ ପୋଲ ଆଜି ଭୋର ସମୟରେ ଭୁଶୁଡ଼ି ପଡ଼ିଥିବାର ସୂଚନା ମିଳିଛି । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ଯାନବାହାନ ସମୁହ । ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର୍‌ ଯୋଡ଼ ନିକଟରୁ ଖସିଯାଇଛି । ବାଲେଶ୍ୱର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୁରାତନ ପୋଲମାନେ ସୁଦୃଢ଼ ଥିବା ବେଳେ ମାତ୍ର ୧୫ ବର୍ଷର ପୁରୁଣା ପୋଲ ଭୁଶୁଡ଼ି ଯାଇଥିବାରୁ ସ୍ଥାନୀୟ ଲୋକମାନେ ଠିକାଦାରକୁ ଦାୟୀ କରିଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ପାଇ କୁଆଖିଆ ପୁଲିସ ରାସ୍ତାକୁ ସିଲ୍ କରିଥିବା ଜଣା ପଡିଛି ।

Leave A Reply

Your email address will not be published.