ls

୨ଟି ଗୋରୁ ବୋଝେଇ ପିକଅପ ଜବତ

2020

ଭଦ୍ରକ : ୨ଟି ଗୋରୁ ବୋଝେଇ ପିକଅପ ଜବତ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋରରୁ ଚଣ୍ଡିଖୋଲ ଆଡୁ ଭଦ୍ରକକୁ ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ୨ଟି ପିକଅପ ଭ୍ୟାନ ଆସୁଥିଲା । ତେବେ ସ୍ଥାନୀୟ ଲୋକ ଖବର ପାଇ ଭଦ୍ରକ ଗେଲପୁର ଛକ ୧୬ନଂ ଜାତୀୟ ରାଜପଥରେ ପିକଅପ ଗାଡିକୁ ଅଟକାଇଥିଲେ । ଦୁଇଟି ଗାଡିକୁ ଅଟକାଇ ସ୍ଥାନୀୟ ଲୋକ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଗୁଡିକ ଉଦ୍ଧାର କରିବା ସହ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ୨ଟି ପିକଅପ ଗାଡ଼ିରେ ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.