csstore

ବଙ୍ଗୋମୁଣ୍ଡା ବ୍ଲକରେ ପିଆଜ ଚାଷ ଦ୍ୱାରା ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ପିଆଜ ଚାଷ ସାଧାରଣତଃ ବର୍ଷକୁ ଥରେ ରବି ଋତୁରେ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କେତୋଟି ଗ୍ରାମରେ ଯଥା ବାଗବାହାଲ, ଝଲପ, ଦେଢଗାଁ, ଟିଟିସିଲେଟ, ପୂର୍ଣିଆପାଲି, ବରକାନି, ଭାନପୁର, ଖୁଜେନବାହାଲ ଇତ୍ୟାଦି ଗ୍ରାମ ଗୁଡିକରେ ଖରିଫ ଓ ରବି ଋତୁରେ ବର୍ଷକୁ ୨ ଥର ପିଆଜ ଚାଷ କରିଥାନ୍ତି । ଦୁଇଟି ଋତୁରେ ପିଆଜ ଚାଷ ପାଇଁ ଉଦ୍ୟାନ ବିଭାଗ ତରଫରୁ ସମସ୍ତ ପ୍ରକାର ସହଯୋଗ ତଥା ମଂଜି, ସବସିଡି ଅର୍ଥ, ମିଶନ ଶକ୍ତି ତରଫରୁ ତାଲିମ ବ୍ୟବସ୍ଥା କରାଯାଉଥିବା ବେଳେ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ପ୍ରକଳ୍ପ ତରଫରୁ ବିଭିନ୍ନ ସୂଚନା ଯଥା ଉନ୍ନତ ବିହନ, ଜୈବିକ ସାର ପ୍ରସ୍ତୁତି ଓ ପ୍ରୟୋଗ କରି ଉତ୍ପାଦନ ବଢାଯାଇପାରିବ ସେ ସମ୍ବନ୍ଧେ ଚାଷୀଙ୍କୁ ଅବଗତ କରାଯାଇଥାଏ । ଚଳିତ ବର୍ଷ ପିଆଜ ଉତ୍ପାଦନ ଠିକ୍ ହୋଇଥିବା ସ୍ଥଳେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ଓଦା ପିଆଜକୁ ତୁରନ୍ତ ବିକ୍ରି ପାଇଁ ବ୍ୟବସ୍ଥା କରୁଛନ୍ତି ।

ବର୍ଷକୁ ୨ ଥର ପିଆଜ ଚାଷ କରି ନିଜର ଆର୍ଥିକ ଅଭିବୃଦ୍ଧି ସହିତ ପରିବାର ଭରଣ ପୋଷଣ ଠିକ୍ ହିସାବ କରି ହେଉଛି ବୋଲି କହିଛନ୍ତି ବାଗବାହାଲ ଗ୍ରାମ ମହିଳା ଚାଷୀ ଲକ୍ଷ୍ମୀ ଚନ୍ଦନ, କେତକୀ ମାଝି, ମୌସୁମି ଭାଟି, ସତ୍ୟବତୀ ଚିର୍‌ଗୁନ୍‌ । ଚଳିତ ବର୍ଷ ଉନ୍ନତ ପିଆଜ ବିହନ ମହିଳା ସାମୁକ୍ଷ୍ୟ ଫାର୍ମରସ୍‌ ପ୍ରଡୁସର କଂପାନୀ ଲିମିଟେଡ ତରଫରୁ ମଧ୍ୟ କ୍ରୟ କରି ଚାଷ କରିଥିବା ଚାଷୀମାନଙ୍କ ଦ୍ୱାରା ପ୍ରକାଶ । ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

jayashree
Leave A Reply

Your email address will not be published.