୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ ଦେଓଗାଁ ବିଆର୍‌ସି

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ ଦେଓଗାଁ ବିଆର୍‌ସି । ପାଂଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବିଆର୍‌ସି ମଧୁସୂଦନ ପଟେଲ ବୋଲି ଖବର ମଳିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ପ୍ୟାଲେସ ଲାଇନର ଏମ୍‌ଡି ଆଶିଷ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଲାଟ୍ରିଙ୍ଗ ବିଲ ପାସ କରିଦେବା ପାଇଁ ସେ ପାଂଚ ହାଜର ଟଙ୍କା ଲାଞ୍ଚ ନେବା ସମୟରେ ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍‌ ମିଳିତ ଭାବରେ ମାଡ଼ିବସି ତାଙ୍କୁ ଗିରଫ କରିବା ସହ ସେ ଲାଞ୍ଚ ନେଇଥିବା ଟଙ୍କାକୁ ଜବତ କରିଛି ।

Leave A Reply

Your email address will not be published.

3 × one =