ଟାଟା ଚା’ କମ୍ପାନୀ ସମ୍ମୁଖରେ ଏ.ପି.ପି.ଏଲ୍. କର୍ମଚାରୀ ୟୁନିୟନ ପକ୍ଷରୁ ୪ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର୍ ସଂଘ ସହ ଅନୁବନ୍ଧିିତ ଏ.ପି.ପି.ଏଲ୍ କର୍ମଚାରୀ ୟୁନିୟନ ତରଫରୁ ୪ଦଫା ଦାବି ନେଇ ଗୁରୁବାର ଟାଟା ଚା’ ପ୍ଲାଣ୍ଟ ଆଗରେ ଆନ୍ଦୋଳନ କରି ଟାଟା-ପ୍ଲାଣ୍ଟ କର୍ମଚାରୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖାଣ୍ଡି ସ୍ଥିତ ଟାଟା ଚା’ ପ୍ଲାଣ୍ଟରେ ନିୟୋଜିତ କର୍ମଚାରୀମାନେ ଏ.ପି.ପି.ଏଲ୍ କର୍ମଚାରୀ ୟୁନିୟନର ସହଯୋଗରେ ୪ଦଫା ଦାବି ନେଇ ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଶତକଡା ୧୮% ଦୁଇ ବର୍ଷର ବର୍ଦ୍ଧିତ ଦରମା ତୁରନ୍ତ ପ୍ରଦାନ କରାଯାଉ । କର୍ମଚାରୀଙ୍କ ଯାତାୟତ ସୁରକ୍ଷା ନିମନ୍ତେ ଖୁବ ଶୀଘ୍ର ଗାଡ଼ିର ସୁବନ୍ଦୋବସ୍ତ କରାଯାଉ । କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖୀ ହିଟଲର ଶାସନ ଚଳିବ ନାହିଁ । ଅଗ୍ରାଧିକାର ଭିତ୍ତିରେ ଏହି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତିର ସୁଯୋଗ ଦିଆଯାଉ ଆଦି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.

5 × 4 =