ପୂର୍ବତନ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମୋ ସ୍କୁଲ ଅଭିଯାନ ତରଫରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗନ୍ଧର୍ଲାରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗନ୍ଧର୍ଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଚାହାଁନ୍ତି କନ୍ଧପାଣି ମୁଖ୍ୟ ଅତିଥି ଓ ସମିତି ସଭ୍ୟା ଅହଲ୍ୟା ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବାବେଳେ ପ୍ରଧାନଶିକ୍ଷକ ଅନୁପ କୁମାର ବାଗ ସଭାପତିତ୍ୱ କରିଥିଲେ । ଶିକ୍ଷକ ପଙ୍କଜ ନାଗ, ସୁଶାନ୍ତ କୁମାର ସିଂ, ନୀଳଧ୍ୱଜ ରଣା, ରୋହିତ କୁମାର ପୁଞ୍ଜି, ଅନନ୍ତ ନନ୍ଦ, ପୁଣ୍ଡରିକାକ୍ଷ ପୁଞ୍ଜି, ପ୍ରବୀଣ କୁମାର ଭଏସାଲ, ଉଦ୍ଧବ ନାଗ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen − ten =