pr

କୁଆପଥର ମାଡ଼ରେ ଅମଳ ହୋଇଥିବା ଧାନ ଫସଲ ନଷ୍ଟ : ଚିନ୍ତାରେ ଚାଷୀ

dr. purohit

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଅଦିନିଆ ବର୍ଷା ସହ କୁଆପଥର ମାଡ଼ରେ ଅମଳ ହେବାକୁ ଥିବା ଏକର ଏକର ଧାନ ଚାଷ ନଷ୍ଟ ହୋଇଥିବା ବେଳେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ବରତୁଣ୍ଡା ଗାଁର ବିଶ୍ୱମ୍ଭର ଭୋଇ, ଅନିଲ ଭୋଇ, ଧନେଶ୍ୱର ଭୋଇ, ରାଜକୁମାର ଭୋଇ, କେଦାର ଭୋଇ, ସ୍ୱଷ୍ଟି ଭୋଇ, ତପି ଭୋଇ, ନୁରା ମହାନନ୍ଦ, ପ୍ରଭା ବଚ୍ଛା, ଉମରା ନାଗଙ୍କ ସହ ଅନ୍ୟ ଚାଷୀମାନଙ୍କ ଧାନ ନଷ୍ଟ ହୋଇଛି । ଏହି ଚିତ୍ର ଦେଖିଲେ ହିଁ ଅସ୍ପଷ୍ଟ ଭାବେ ଜଣାପଡୁଛି ଚାଷୀଙ୍କ ଦୁର୍ଦ୍ଦଶା । ଚାଷୀ ରବି ଧାନ କରିବା ପାଇଁ ପୂର୍ବରୁ ପ୍ରସ୍ତୁତି ହୋଇ ଧାର ଉଧାର କରି ଚାଷ କରିଥିଲା ହେଲେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଚାଷୀଙ୍କ ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଯୋଗୁଁ ଚିନ୍ତାରେ ପଡିଯାଇଛନ୍ତି ଅଞ୍ଚଳର ଶହ ଶହ ଚାଷୀ । ଅଂଚଳରେ କେନାଲ ଥିଲେ ମଧ୍ୟ ରବିରେ ପାଣି ଆସୁନଥିବା ସତ୍ତ୍ୱେ ବୋରୱେଲରେ ଜମିକୁ ପାଣି ମଡ଼ାଇ ଚାଷୀ ଚାଷ କରିଥିଲା ହେଲେ ଅମଳ ବେଳକୁ ସବୁ ସର୍ବନାଶ ହୋଇଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏ ବର୍ଷ ପାଖାପାଖି ୩୮୦ ହେକ୍ଟର ଚାଷ ଜମିରେ ରବି ଧାନ କରିବା ପାଇଁ ଲକ୍ଷ ରଖାଯାଇଛି ହେଲେ କୁଆପଥର ମାଡ଼ରେ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜ ଅଞ୍ଚଳରେ କାମ କରିବା ସହ ଧାନ ଚାଷ ନଷ୍ଟ କରିଥିବା ସ୍ଥଳେ ଅମଳ ହେବା ସମୟରେ କୁଆପଥର ମାଡ଼ରେ ଧାନ ସବୁ ମାଟିରେ ମିଶିଯାଇଛି । ଏନେଇ ବଙ୍ଗୋମୁଣ୍ଡା କୃଷି ଅଧିକାରୀ ସ୍ମାରକୀ ପ୍ରଧାନ ତଦନ୍ତ କରିବା ପାଇଁ କର୍ମଚାରୀ ମାନଙ୍କୁ ଗ୍ରାଉଣ୍ଡକୁ ପଠାଯାଇଛି । ରିପୋର୍ଟ ଆସିଲେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଥିଲେ । ସେପଟେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ କ୍ୟାମେରା ସାମ୍ନାରେ କହିବାକୁ ମନା କରିଦେଇଛନ୍ତି । ଚାଷୀ ଦୁଇ ଟଙ୍କା ପାଇବା ଆଶାରେ ଧାନ ଚାଷ କରିଥିଲା ହେଲେ କୁଆପଥର ମାଡ଼ରେ ସବୁ ଚାଷ ନଷ୍ଟ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ବିଭିନ୍ନ ଗାଁରେ ଡାଲୁଆ ଚାଷ ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏ ଦିଗରେ ପ୍ରଶାସନ କ୍ଷତିଗ୍ରସ୍ତ ହୋଇଥିବା ଚାଷକୁ ଆକଳନ କରି ସରକାରୀ ସହାୟତା କରିବା ପାଇଁ ଚାଷୀମାନେ ଅନୁରୋଧ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେଉଛି ତାହା ହିଁ ଅପେକ୍ଷା ରହିଲା ।

nrusinghnath
Leave A Reply

Your email address will not be published.