
ପିପଲଗୁଡା, (କେପିଏନ୍ଏସ୍) : ବାନେର ଅଞ୍ଚଳ ପକ୍ଷରୁ ନୂତନ କମିଟିର ଶପଥ ପାଠ ବୈଠକ ପିପଲଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭୈରବ ଦେବଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ପରେ ଅତିଥିମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉନ୍ନୟନ ଅଧ୍ୟକ୍ଷ ବିଜୟ ଦିଶାରି ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ କୈଳାସ ମାଝୀ, କ୍ଷୀରୋଦ ମାଝୀ, ରଣ ସାଏ ପାତ୍ର, ମନୋଜ ପାତ୍ର, ଲୋକେଶ ନାଏକ, ଲକ୍ଷ୍ମୀକାନ୍ତ ମାଝୀ, ବଂଶୀଧର ଚଲାନ, ଦିଲ୍ଲୀପ ପୂଝାରୀ, ଗୋପାଳ ପୂଝାରୀ ଓ ସୁଶାନ୍ତ ନାୟକ ଉପସ୍ଥିତ ଥିଲେ । ନୂତନ ଅଞ୍ଚଳ କମିଟିର ସଭାପତି ଭାବେ କୁଞ୍ଜ ବନ ନେଗି, ଉପସଭାପତି ଭାବେ କ୍ଷୀରୋଦ ମାଝୀ, ସମ୍ପାଦକ ଭାବେ ରମାକାନ୍ତ ମାଝୀ, ସହ-ସମ୍ପାଦକ ଭାବେ ରାଜ ନାଏକ ଓ କୋଷାଧ୍ୟକ୍ଷ ଭାବେ ଦୀନବନ୍ଧୁ ନାଏକଙ୍କୁ ଶପଥ ପାଠ କରାଯାଇଥିଲା । ସେହିପରି ୧୪ଟି ଭାତ୍ କମିଟିର ସଭାପତି ଓ ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା । କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ରମାକାନ୍ତ ମାଝୀ କରିଥିଲେ । ଶେଷରେ ରାଜ ନାଏକ ଧନ୍ୟବାଦ ଜଣାଇଥିବା ବେଳେ କୁଞ୍ଜବନ ନେଗି ସଭା ସମାପ୍ତ କରିଥିଲେ ।