ବିଧାୟକ ସାଲୁଜାଙ୍କ ଦ୍ୱାରା ୧୨୮ ଜଣଙ୍କୁ ଜଂଗଲ ଜମି ସ୍ୱୀକୃତି ପଟ୍ଟା ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ୧୨୮ଜଣ ଜଂଗଲ ଜମିରେ ବସବାସ କରୁଥିବା ଘରଡିହହୀନ ବ୍ୟକ୍ତିମାନଙ୍କୁ ଜଂଗଲ ଜମି ସ୍ୱୀକୃତି ପଟ୍ଟା ବଂଟନ କରାଯାଇଛି । ବ୍ଲକ ପରିସରରେ ଆୟୋଜିତ ନିରାଡମ୍ବର କାର୍ଯ୍ୟକ୍ରମରେ ସ୍ଥାନୀୟ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ତୁରେକେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁ ଭୋଇ, ବି.ଡି.ଓ. ମନୋରଂଜନ ପାଣିଗ୍ରାହୀ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଦୀର୍ଘ ବର୍ଷ ବର୍ଷ ଧରି ଜଂଗଲ ଜମିରେ ବସବାସ କରି ରହୁଥିବା ଘରଡିହହୀନ ହିତାଧିକାରୀମାନଙ୍କୁ ଜଂଗଲ ଜମି ପଟ୍ଟା ମିଳିଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Leave A Reply

Your email address will not be published.