ସମାଜସେବୀ ଲଳିତ ନାୟକଙ୍କ ଆରୋଗ୍ୟ କାମନାରେ ଦୀପାବଳି ପାଳନ କରିବ ବିଙ୍ଗ୍‌ ହ୍ୟୁମାନ୍‌ ଫାଉନ୍‌ଡେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବୀ ଲଳିତ ନାୟକଙ୍କ ଆଶୁ ଆରୋଗ୍ୟ କାମନାରେ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ଦୀପାବଳି ପାଳନ କରିବ ବୋଲି ମହିଳା ଶାଖା ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଆସନ୍ତା କାଲି ଦିନ ୧୧ଟା ସମୟରେ ସ୍ଥାନୀୟ ଗଇଁନ୍ତଲା ସ୍ଥିତ କୁଷ୍ଠାଶ୍ରମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ଏଥିରେ ସାମୁହିକ ଯୋଗଦାନ ପାଇଁ ବଲାଙ୍ଗିରବାସୀଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.