pakka

ହିନ୍ଦୁ ସମାଜ ପକ୍ଷରୁ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

bbehera

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବସାଯିବା ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ବସାଯିବା ଘଟଣାକୁ ନେଇ ଆଜି ହିନ୍ଦୁ ସମାଜ ପକ୍ଷରୁ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ପାଳନ କରାଯାଉଛି । ବୁଧବାର ଦିନ ସକାଳୁ ହିନ୍ଦୁ ସମାଜର କର୍ମକର୍ତ୍ତାମାନଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏକାଠି ହୋଇ ବିଭିନ୍ନ ଛକରେ ଅବରୋଧ କରିଛନ୍ତି । ଏଥିରେ ହିନ୍ଦୁ ସମାଜ, ବ୍ରାହ୍ମଣ ଏକତା ମଞ୍ଚ, ବଜରଂଗ ଦଳ ପ୍ରମୁଖଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସହରରେ ବୁଲି ବୁଲି ପିକେଟିଂ କରୁଥିବା ଜଣାପଡିଛି।

ସେହିପରି ସରକାରୀ ବେସରକାରୀ ଅଫିସ ମାନଙ୍କୁ ବନ୍ଦ କରାଯାଉଥିବା ବେଳେ ଗାଡିମୋଟର-ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ପ୍ରସ୍ତାବିତ ସ୍ଥାନରେ ହିନ୍ଦୁ ସମାଜର କର୍ମକର୍ତ୍ତାମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ପାଟଣାଗଡ଼ ଏସଡିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପାଟଣାଗଡ଼, ଲରମ୍ଭା, ଲାଠୋର, ବେଲପଡା, ଖପ୍ରାଖୋଲ ପୁଲିସ ଅଧିକାରୀମାନଙ୍କ ସହ ହୋମଗାର୍ଡ, କନେଷ୍ଟବଳ, ସିଆରପିଏଫ ଯବାନମାନେ ମୁତୟନ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

eleven − 9 =