pakka

ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଗଲେ ଜଣେ ବାଇକ ଆରୋହୀ

bbehera

ଗଞ୍ଜାମ,(କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ନିକଟ ଘଐ-୧୬, ଜାତୀୟ ରାଜପଥର ଆଇ.ଆର.ଇ.ଛକରେ ଏକ ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଗଲେ ଜଣେ ବାଇକ ଆରୋହୀ । ଯାହା ସି.ସି.ଟିଭି କେମେରା ପ୍ରତିଫଳିତ କରୁଛି । ଏଠାରୁ ଛତ୍ରପୁର ଡ଼ିଆରଡ଼ିଏ ଛକ, କଲେଜ ଛକ, ଏକାମ୍ରନଗର ଛକ ପାଲିଆ ଫାୟାର ଷ୍ଟେସନଛକ ଦେଇ ପର୍ଯ୍ୟଟନ ସ୍ଥଳ “ତାମ୍ପରା” ଯାଏଁ ଏକ ବୃହତ୍ତମ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନିମନ୍ତେ ବହୁ ବର୍ଷ ହେଲା ଦାବୀ ହୋଇ ଆସୁଛି । ଏହି ବୃହତ୍ତର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହେଲେ ଦୈନିକ ଯାତାୟତ୍ତରେ ଏଠାକାର ସ୍ଥାନୀୟ ବାସିନ୍ଦା ତଥା ଲକ୍ଷାଧିକ ଜନତା ଉପକୃତ ହେବେ ବୋଲି କୁହାଯାଇଛି । ତେଣୁ ଏହି ବୃହତ୍ତର ଦାବୀ ପୂରଣ ହେବା ନିମନ୍ତେ ଜନସାଧାରଣରେ ଦୃଢ଼ ଦାବୀ ହୋଇଛି ।

jay balangir
Leave A Reply

Your email address will not be published.

nineteen + 1 =