csstore

ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ପାଠ୍ୟଚକ୍ର : ପରିବେଶବାଦ ସନ୍ତୁଳନ ଆଲୋଚନା ଓ ପରିବେଶ ନୈତିକତା ମୂଲ୍ୟବୋଧ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟ ଅଡ଼ିଟେରିୟମ ହଲଠାରେ ଦୁଇ ଦିନିଆ ଜାତୀୟ ସେମିନାର ବୁଧବାର ଉଦ୍‌ଘାଟନ ହୋଇଯାଇଛି । ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟ ଭାଇସ ଚାନ୍‌ସେଲର ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରିଜୋନାଲ ଡାଇରେକ୍ଟର ଡ଼ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ମୁଖ୍ୟବକ୍ତା ଆସାମ ସେଣ୍ଟ୍ରାଲ ୟୁନିଭରସିଟି ପ୍ରଫେସର ବିଷ୍ଣୁ ଚରଣ ଦାସ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂଲିଶ ବିଭାଗୀୟ ମୁଖ୍ୟ ପ୍ରଫେସର ଶୃତି ଦାସ, ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ କଲେଜ ଅଧକ୍ଷ ଡ଼ ପ୍ରବୀଣ କୁମାର ନନ୍ଦ ଏବଂ ଇଂଲିଶ ବିଭାଗ ମୁଖ୍ୟ ସ୍ମରଣିକା ହୋତା ପ୍ରମୁଖ ମଞ୍ଚାସୀନ ଥିଲେ । ଇଂଲିଶ ଅଧ୍ୟାପକ ଡ଼ ଦୁର୍ଗା ପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ମମତା ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରଫେସର ଗୀତାଞ୍ଜଳି ଦାସ ପରିବେଶବାଦ ଆଲୋଚନା ଓ ପରିବେଶ ମୂଲ୍ୟବୋଧ ଶୀର୍ଷକ ଆଲୋଚନା ହୋଇଥିଲା ସହ ସଚେତନତାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଥିଲା । ଇଂଲିଶ ଅଧ୍ୟାପିକା ଅରୁନ୍ଧତୀ ସିଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାଜନୀତି ବିଭାଗ ପ୍ରଧ୍ୟାପକ ଅମର ପ୍ରସାଦ ବିଶୋଇ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକ ନରୋତ୍ତମଃ ମାନା, ଓଡ଼ିଆ ବିଭାଗ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଗିରିଶ ଚନ୍ଦ୍ର ଆଚାର୍ଯ୍ୟ, ଅଜୟ କୁମାର ବାରିକ, ରଘୁନାଥ ରେଡ଼ି ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ । ଏହି ଅବସରରେ ଇଂଲିଶ ବିଭାଗ ପକ୍ଷରୁ ଏକ ସୋଭିନର ପୁସ୍ତକ ଉନ୍ମୋଚନ କରାଯାଇଥିଲା ।

jayashree
Leave A Reply

Your email address will not be published.