ପାଟଣାଗଡ ବ୍ଲକ ସ୍ଥିତ ରହେନ୍‌ମାଲ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

ପାଟଣାଗଡ, (କେପିଏନ୍‌ଏସ୍‌) : ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ । ପୁସ୍ତକ ହିଁ ଜ୍ଞାନର ବିକାଶ କରେ । ପୁସ୍ତକ ହିଁ ଛାତ୍ର ଛାତୀମାନଙ୍କର ଚରିତ୍ର ଗଠନରେ ସହାୟକ ହୁଏ । ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟ ଅବସରରେ ମତ ପ୍ରକାଶ ପାଇଛି । ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିମ୍ବାଧର ବଚ୍ଛା ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କୁ ସମୟ ଅପଚୟ ନକରି ବାରମ୍ବାର ପୁସ୍ତକ ପଢିବା ପାଇଁ ପରାମର୍ଶ ଦେଇଥିଲେ । ବଦ୍ୟାଳୟର ସହକାରୀ ଶିକ୍ଷକ, କ୍ରିଷ୍ଣକଳା ବେହେରା, ନବୀନ କିଶୋର କୁମ୍ଭାର, ତୁଳାରାମ ପୋଢ ଆନନ୍ଦ ଧରୁଆ ସିଲାବସ ବ୍ୟତୀତ ଅନ୍ୟାନ୍ୟ ଶିଶୁ ପୁସ୍ତକ ପତ୍ର ପତ୍ରିକା ପଢିବାକୁ କହିଥିଲେ । ପାଠାଗାରର ଆବାହକ ବୃନ୍ଦାବନ କୁମ୍ଭାରଙ୍କୁ ବହୁତ ଦୂରରୁ ଆସି ପାଠାଗାର କର୍ମଶାଳା କରିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହିତ ପଠନ ସାମଗ୍ରୀ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଉଦ୍‌ଯୋଗ କର୍ତ୍ତା ଧରଣୀଧର ତାଣ୍ଡି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

2 × one =