pr

ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ତରଫରୁ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କେଦାର ସିଂ ଦାସ, ମୁଖ୍ୟ ବକ୍ତା ଭାବେ ପ୍ରଧ୍ୟାପକ ଜୟଦେବ ମହାନ୍ତି, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଆଶୁତୋଷ ନାୟକ, ଯୁଗଜ୍ୟୋତି ଚାନ୍ଦ, ବ୍ରଜ ଗୋପାଳ ସେଠୀ, ଅଧ୍ୟାପିକା ଶାନ୍ତିଲତା ସାହୁ ପ୍ରମୁଖ ଯୋଗଦେଇ ଆଧୁନିକ ‘କର’ ପଦ୍ଧତିରେ ଜି.ଏସ୍‌.ଟି କଣ ପ୍ରଭାବ ପକାଉଛି ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ର ରୋହିତ କୁମାର ଜେନା ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବାବେଳେ ବିଭାଗୀୟ ଛାତ୍ର ଚିନ୍ମୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.