pakka

ମ.ରାମପୁରକୁ ଏନ୍‌ଏସି ଘୋଷଣାରୁ ବାଦ୍ ପ୍ରତିବାଦରେ ୬ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା

bbehera

ମ.ରାମପୁର, (ପ୍ରଦିପ କୁମାର ସାହୁ) : ମ.ରାମପୁରକୁ ଏନ୍‌ଏସି ଘୋଷଣାରୁ ବାଦ୍ ପ୍ରତିବାଦରେ ୬ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲ୍ଲାର ଏମ୍ ରାମପୁରକୁ ଏନ୍‌ଏସି ଓ ସବ ଡିଭିଜନ କରାଯିବାକୁ ସରକାରଙ୍କ ପାଖରେ ଦୀର୍ଘ ଦିନ ଠାରୁ ଦାବୀ କରାଯାଉଛି । ତିନି ଦଶନ୍ଧି ଧରି ସବ ଡିଭିଜନ କରାଯିବାକୁ ଦାବି କରାଯାଉଛି ଏବଂ ଏନ୍‌ଏସି ମନ୍ୟତା ଦେବାକୁ ଦାବୀ କରାଯାଉଛି । ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ୨୪ତାରିଖ ଦିନ ୩୫ଟି ନୂତନ ଏନ୍‌ଏସି ଘୋଷଣା କରିଛନ୍ତି କିନ୍ତୁ ଏମ୍ ରାମପୁରକୁ ଏଥିରୁ ବାଦ୍ ଦିଆଯାଇଛି । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଜି ଏହାର ପ୍ରତିବାଦ କରି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଦୋକାନ ବଜାର, ବନ୍ଦ ଥିବା ବେଳେ ମ.ରାମପୁର ବ୍ୟବସାୟୀ ସଂଘ, ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ସମର୍ଥନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଚାଲୁ ରହିଥିବାରୁ କେବଳ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତି ନେଇଥିଲେ । ଯଦି ସରକାର ନ ଶୁଣନ୍ତି ଆଗାମୀ ଦିନରେ ବଡ ଆନ୍ଦୋଳନ କରାଯିବା ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

thirteen − eleven =