pakka

ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କୁ ସ୍ମୃତି ଅର୍ଘ୍ୟ ପ୍ରଦାନ କରାଯାଇଛି । ଆଜି ସଂଧ୍ୟାରେ ବଲାଙ୍ଗିର ଅମଲା ଭବନରେ ସାଧୁ ମେହେର ସ୍ମୃତି କମିଟି ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉପସ୍ଥିତ ସାଧୁ ମେହେର ପ୍ରେମୀମାନେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୋନପୁର ଜିଲ୍ଲାରେ ଜନ୍ମଗ୍ରହଣ କରିି ଅଭିନୟ ଜଗତରେ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ ସାଧୁ ମେହେର । ତାଙ୍କ କଠୋର ସାଧନା ତାଙ୍କୁ ଏଭଳି ସ୍ତରକୁ ନେଇ ପହଞ୍ଚାଇଥିଲା । ତାଙ୍କ ଅମାୟିକ ବ୍ୟକ୍ତିତ୍ୱ ଏବଂ ତରୁଣ କଳାକାରମାନଙ୍କ ପ୍ରତି ତାଙ୍କ ସ୍ନେହ ଶ୍ରଦ୍ଧା ସବୁଦିନ ପାଇଁ ଆମ ସମାଜରେ ବଞ୍ଚି ରହିବ ବୋଲି ସ୍ମୃତି ସଭାରେ ମତପ୍ରକାଶ ପାଇଛି । ଚଳଚ୍ଚିତ୍ର କର୍ମୀ ତଥା ସାହିତ୍ୟିକ ପ୍ରଦୀପ କୁମାର ମହାପାତ୍ର, ଚଳଚ୍ଚିତ୍ର ଅଭିନେତା ତଥା କବି ବିଜୟ କୁମାର ତ୍ରିପାଠୀ, ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ, ବିଶିଷ୍ଟ ସିନେ ଅଭିନେତା ରତନ ମେହେର, ବିଶିଷ୍ଟ ଅଭିନେତା ଉଗ୍ରେସନ ଷଡ଼ଙ୍ଗୀ, ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ଅଶୋକ କୁମାର ମିଶ୍ର, ଅଭିନେତା ହିମାଂଶୁ ଖମାରୀ, ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମୁରଲିଧର ପତି, ଅଭିନେତା ବିରେନ୍ଦ୍ର ବନ୍‌ଛୋର, ସାହିତ୍ୟିକ ତଥା ସାମ୍ବାଦିକ ବିରେନ୍ଦ୍ର ଝାଙ୍କର, କବି ଗୋପୀନାଥ ଦଣ୍ଡସେନା, କବି ଗଣେଶ ବାରିକ, ବିଶିଷ୍ଟ କଳାକାର ବ୍ରଜକିଶୋର ପଣ୍ଡା, ବରିଷ୍ଠ ସାମ୍ବାଦିକ ନବୀନ ପଶାୟତ, ସାମ୍ବାଦିକ ସଚ୍ଚିଦାନନ୍ଦ ବଗର୍ତ୍ତି, ସମାଜସେବୀ ଅଜୟ କୁମାର ନାଗ, କପିଳେଶ୍ୱର ଖମାରୀ, ସନ୍ତୋଷ ହୋତା, ପୁସ୍ତମ ଯୁଆଡ଼ି, ସନତ ଚନ୍ଦ୍ର ମିଶ୍ର, କୌତୁକ ପନ୍ଦର, ରୁଦ୍ରଦେବ ପଧାନ, ପ୍ରେମଚାନ୍ଦ ମହାନ୍ତି, ସୁରେନ୍ଦ୍ର ତ୍ରିପାଠୀ, ଇଶ୍ୱର କୁମାର ମେହେର,ରବିନ୍ଦ୍ର କୁମାର ବେହେରାଙ୍କ ସହ ଆହୁରି ଅନେକ କଳାକାର ଓ ବୁଦ୍ଧିଜୀବୀ ଏହି ସଭାରେ ସାଧୁ ମେହେରଙ୍କ ସ୍ମୃତି ଚାରଣ କରିଥିଲେ ।

jay balangir
Leave A Reply

Your email address will not be published.

3 × 3 =

error: Content is protected !!