jsm

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ପାତର ଅନ୍ତର ଅଭିଯୋଗ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାରମ୍ବାର ପ୍ରଧାନ ମନ୍ତ୍ରୀ ଆବାସ ନାଁରେ ବିଭିନ୍ନ ଅନିୟମିତତା ଏବଂ ପାତର ଅନ୍ତର ଅଭିଯୋଗ ଆସୁଥିବା ସତ୍ତ୍ୱେ କିନ୍ତୁ ସରକାର ତଥା ପ୍ରଶାସନିକ ଅଧିକାରୀ‌ଙ୍କର ଏହି ଅଭିଯୋଗ ପ୍ରତି ଧ୍ୟାନ ଯାଉ ନାହିଁ । ଫଳରେ ହଇରାଣ ହେବା ସହ ଯୋଜନାରୁ ବଂଚିତ ରହୁଛନ୍ତି ପ୍ରକୃତ ହିତାଧିକାରୀ । ଏପରି ଏକ ଅଭିଯୋଗ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଗ୍ରାମରେ । ଚାରି ଆଡ଼େ ବଣ ପାହାଡ଼ ଘେରା ଏହି ଗ୍ରାମରେ ପ୍ରାୟ ଲୋକେ ଗରିବ ଶ୍ରେଣୀ ଅନ୍ତର୍ଭୁକ୍ତ ଏଣୁ ଘର ଖଣ୍ଡିଏ ପାଇଁ ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହେଉଛନ୍ତି ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ଗତ ସମୟ ଅବଧି ଭିତରେ ଆବାସ ଘରଟେ ପାଇଁ ଆବେଦନ କରିଥିଲେ ମଧ୍ୟ ପଞ୍ଚାୟତର ସରପଞ୍ଚ ତାଲିକାରେ ଥିବା ନାମକୁ ନିଜ ମନ ମୁତାବକ ତଳ ଉପର କରି ଆବସ ବଣ୍ଟନ କରୁଥିବାର କହିଛନ୍ତି ହିତାଧିକାରୀ । ବହୁ ହିତାଧିକାରୀଙ୍କ ଘର ଭାଙ୍ଗିବା ଉପରେ ଥିବା ବେଳେ କେତେକ ଲୋକଙ୍କର ଘର କାଂଥ ଫାଟି ଆଁ କଲାଣି ହେଲେ ବର୍ତ୍ତମାନ ଯାଏ ତାଙ୍କୁ ଘରଟେ ମିଳି ପାରୁ ନଥିବା ବେଳେ ଅଭିଯୋଗ ପାଇଁ ବାରମ୍ବାର ଉପଖଣ୍ଡ ମୁଖ୍ୟ କାର୍ୟ୍ୟାଳୟକୁ ଦୌଡ଼ି ଦୌଡି ସର୍ବଶାନ୍ତ ହୋଇ ସାରିଲେଣି ହିତାଧିକାରୀ । ହେଲେ ବର୍ତ୍ତମାନ ଯାଏ କୋୖଣସି ପ୍ରକାରର କାର୍ୟ୍ୟାନୁଷ୍ଠାନ କି ପ୍ରଶାସନିକ ଯାଞ୍ଚ ହେଉନଥିବାରୁ ଭରଷା ହାରୁଛନ୍ତି ଲୋକେ । ଦେଖିବା ବାକି ରହିଲା ଲୋକଙ୍କର ସମସ୍ୟାର କେବେ ସମାଧାନ ହବ ଏବଂ ହିତାଧିକାରୀଙ୍କୁ ଯୋଜନା ଅନୁଯାୟୀ ଘର ମିଳି ପାରିବା ।

yuvodaya
Leave A Reply

Your email address will not be published.