ଶାନ୍ତିପଡା ପତଞ୍ଜଳି ଯୋଗକ୍ଷେତ୍ରର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା. ୨୮-୪-୨୦୨୪ ରବିବାର ଦିନ, ପତଞ୍ଜଳି ଯୋଗକ୍ଷେତ୍ର ଶାନ୍ତିପଡା, ବଲାଙ୍ଗିରର ପ୍ରଥମ ବାର୍ଷିକ ସମ୍ବିଳନୀ ଯୋଗ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୋଗ ଗୁରୁ ଯାଦବ ନାୟକ ଏବଂ ଯୋଗ ଟ୍ରେନର୍‌ ଶ୍ରୀମତୀ ସାରିକା ପୁରୋହିତ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ଯୋଗ କକ୍ଷର ମୁଖ୍ୟ ସଂଚାଳକ ଆଶୁତୋଷ ମିଶ୍ର ଏକ ବର୍ଷର ଘଟଣାବଳୀର ବିବରଣୀ ପାଠ କରିଥିଲେ । ଶ୍ରୀମତୀ ପ୍ରତିମା ଖମାରି କକ୍ଷାର ଫାଉଣ୍ଡର୍‌ ମେମ୍ବର ଭାବରେ ତାଙ୍କର ମତାମତ ରଖିଥିଲେ । ପୂଜ୍ୟ ଗୁରୁଜୀ ଯୋଗର ଉପକାରିତା ଓ ବର୍ତ୍ତମାନ ପିଢ଼ି ପାଇଁ ତାର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରତ୍ୟେକ ଦିନର ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶ୍ରୀମତୀ ପୁରୋହିତ, ଯୋଗ ଦ୍ୱାରା ସାଧିତ ହେଉଥିବା ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶର ସୂକ୍ଷ୍ମ ଉପସ୍ଥାପନା କରିଥିଲେ । ସାଧାରଣ ସମ୍ପାଦକ, ପ୍ରଦୀପ ଖମାରି ଧନ୍ୟବାଦ୍‌ ଅର୍ପଣ କରିଥିଲେ । ସମ୍ବିଳନୀରେ ଦିଲ୍ଲୀପ ପାତ୍ର, ସାରଥୀ ପଟେଲ, ସଞ୍ଜୟ ମଲ୍ଲିକ, ମୋତିଲାଲ ସାହୁ, ଦୀନବନ୍ଧୁ ଡାଙ୍ଗ, ଦୀପକ ଯୋଶୀ, ପ୍ରତିମା, ମମିତା, ଅନିତା, ସ୍ଵର୍ଣ୍ଣଲତା, ଅର୍ଚ୍ଚନା, ବିଜୟ ଲକ୍ଷ୍ମୀ, ଶାନ୍ତି, ଚୁମକି, ଅନୁପମା, ଲିପ୍ସା, ଅପରାଜିତାଙ୍କ ସମେତ ସମସ୍ତ ୩୭ ଜଣ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 + 18 =