
ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୯ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ପାଟଖଣ୍ଡା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୫ତାରିଖ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ ଏସୋସିଏସ୍ନ (ବିଏନଏଏ) ଜରାସିଂହା ସହ ଜେଜେ ସ୍ପୋଟିଙ୍ଗ ବୌଦ୍ଦ, ଘୁଚିପାଲି, ମନୋହରପୁର ବଲାଙ୍ଗିର, ଇଲେଭେନ ଷ୍ଟାର ତୁଷୁରା, ସମଲେଶ୍ୱରୀ କ୍ଲବ ବଲାଙ୍ଗିର, ମଉସମ ୱାରିୟର ବଲାଙ୍ଗିର, ବଡ଼ମାଲ ନାରିକଟା ପ୍ରମୁଖ ୯ଟି ଦଳ ଭାଗ ନେଇଥିଲେ । ପ୍ରଥମ ସେମିଫାଇନାଲରେ ମନୋହରପୁର ବଲାଙ୍ଗିରକୁ ହରାଇ ଜରାସିଂହା ଓ ଦ୍ୱିତୀୟ ସେମିଫାଇନାଲରେ ସମଲେଶ୍ୱରୀ କ୍ଲବକୁ ହରାଇ ମଉସମ ୱାରିୟର ବଲାଙ୍ଗିର ବିଜୟ ଲାଭ କରିଥିବାରୁ ଉଭୟ ଦଳ ଫାଇନାଲ ଖେଳ ଖେଳିବାକୁ ସୁଯୋଗ ପାଇଥିଲେ । ଫାଇନାଲ ଖେଳରେ ଆୟୋଜକ ବିଏନ୍ଏଏ ଜରାସିଂହା ଟ୍ରାଇବ୍ରେକରରେ ବିଜୟ ଲାଭ କରିଥିଲା । କୁନ୍ତେ ମେହେର ଖେଳ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ଥନାପତି, ମହାନ୍ତି କୌଳାଶ କର୍ତ୍ତି ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବ ବିଡିସିସି ସଭାପତି ଲକ୍ଷ୍ମଣ ମେହେର ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ଦେଇ ସମ୍ମାନୀତ କରିଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବିଏନଏଏର ସଭାପତି ପୁରୁଷୋତ୍ତମ ଥନାପତି, ସଂପାଦକ ରାଜକିଶୋର ସେଠ ସହ ସମସ୍ତ କର୍ମକର୍ତ୍ତା ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ନେତୃତ୍ୱ ନେଇଥିଲେ ।