pakka

ଖଡ଼ିଆଳ ରାଜପ୍ରସାଦ ପାଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜ ପ୍ରସାଦରେ ପଟଖଣ୍ଡା ପୂଜା ପାଉଥିବା ବେଳେ ପବିତ୍ର ଦଶହରା ପର୍ବରେ ପଟଖଣ୍ଡାଙ୍କ ଖଣ୍ଡା ଧୁଆଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଶ୍ଵିନ ମାସ ପବିତ୍ର ସପ୍ତମୀ ତିଥିରେ ପଟଖଣ୍ଡାଭେଟ ପଲିଙ୍କିରେ ବିଜେ କରି ସେବାୟତମାନଙ୍କ ଦ୍ଵାରା ଖଡ଼ିଆଳ ବିଶିବନ୍ଧଙ୍କୁ ଯାଇଥାନ୍ତି । ସେଠାରେ ଚାରି ଗୋଟି ଖଣ୍ଡାଙ୍କୁ ସ୍ନାନ କରି ପୁଣି ରାଜପ୍ରାସାଦକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସେବାୟତମାନେ ଖଣ୍ଡା ଆଣି ପାରମ୍ପରିକ ରୀତି ନୀତି ଅନୁସାରେ ପଟଖଣ୍ଡାଙ୍କୁ ସ୍ଥାପନ କରିଥାନ୍ତି । ପଟଖଣ୍ଡା ତିନି ଦିନ ଧରି ପୂଜାପାଇଥାନ୍ତି । ରାଜପ୍ରସାଦ ଭିତରେ ପଟଖଣ୍ଡା ପୂଜା ପାଉଥିବା ବେଳେ ବାହାରେ ମା’ ସମଲେଶ୍ଵରୀ, ମା’ ରକ୍ତାମ୍ବରୀ ପୂଜା ପାଉଛନ୍ତି । ଏହି ପଟଖଣ୍ଡାଙ୍କ ପାଲିଙ୍କି ଯାତ୍ରା ଦେଖିଲେ ନିଜ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କାହିଁ କେଉଁ ଅନାଦି କାଳରୁ ମତ ରହିଛି ।

Leave A Reply

Your email address will not be published.

3 × five =