pakka

ନବରାତ୍ରୀର ନବମ ଦିନରେ ପୂଜା ପାଆନ୍ତି ମା’ ସିଦ୍ଧିଦାତ୍ରୀ

bbehera

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ସଦର ମହକୁମା, ଦୁରାଗାଁ, କୋଡ଼ିଙ୍ଗା, ବଡ଼ଆମ୍ବଡାଠାରେ ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତ ଜନନୀ ମା’ ଦୁର୍ଗାଙ୍କର ପୂଜା । ଆଜି ମାଆ ଦୁର୍ଗାଙ୍କ ମହାନବମୀ ପୂଜା । ସ୍ୱତନ୍ତ୍ର ରୀତିନୀତି ଅନୁସାରେ କରୋନା କଟକଣା ଭିତରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି । ମା’ ଦୂର୍ଗାଙ୍କ ନବମ ଶକ୍ତିର ଉର୍ଜ୍ଜାରୁ ଜନ୍ମ ନେଇଛନ୍ତି ମା’ ସିଦ୍ଧିଦାତ୍ରୀ । ସବୁ ପ୍ରକାରର ସିଦ୍ଧିକୁ ଆଶୀର୍ବାଦ ସ୍ୱରୁପ ଦେଉଥିବା ମା’ ମହାମାୟାଙ୍କୁ ନବରାତ୍ରୀର ମହାନବମୀ ଦିନ ଉପାସନା କରାଯାଏ । ଏହି ଦିନ ଶାସ୍ତ୍ରୀୟ ବିଧି-ବିଧାନ ଏବଂ ପୂର୍ଣ୍ଣ ନିଷ୍ଠାର ସହ ସାଧନା କରିବା ଦ୍ୱାରା ନାନାଦି ପ୍ରକାର ସିଦ୍ଧି ପ୍ରାପ୍ତି ହୁଏ । ଦେବୀ ନାନା ପ୍ରକାର ଅଳଙ୍କାର, ମୁକୁଟ ସହିତ ଖଣ୍ଡୁ, ଖର୍ପର, ବଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ଦେବୀ ସିଂହ ଉପରେ ବିରାଜମାନ କରିଥାନ୍ତି । ଦେବୀଙ୍କ ଦୁଇ ପାର୍ଶ୍ବରେ ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଆଦି ମୂର୍ତ୍ତି ଶୋଭା ପାଉଛନ୍ତି । ଏଥି ସହିତ ପୂଜାମଣ୍ଡପଗୁଡ଼ିକ ଫୁଲ, ସୋଲ କାରୁକାର୍ଯ୍ୟ ଏବଂ ଚିକ୍ ମିକ୍ ଆଲୋକ ମାଳାରେ ସୁସଜ୍ଜିତ ହୋଇଛି । ମା’ ଦୁର୍ଗାଙ୍କର ପୂଜା ମଣ୍ଡପରେ ପଣ୍ଡିତଙ୍କ ବେଦମନ୍ତ୍ର ସାଙ୍ଗକୁ ଚଣ୍ଡୀପାଠରେ ଭକ୍ତିମୟ ହେଉଛି ପୁରା ପରିବେଶ ।

Leave A Reply

Your email address will not be published.

18 + ten =