ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ କର୍ମଚାରୀ ସଂଘର ଜାତୀୟ ପତାକା ଉତ୍ତୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘର କାର୍ଯ୍ୟାଳୟ ଠାରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ମଂଚର ସଭାପତି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ଦେଶ ବଞ୍ଚିଲେ ଆମେ ବଞ୍ଚିବା କହି ଗଣତନ୍ତ୍ର ଦିବସର ତାର୍ପର୍ଯ୍ୟ ଉପରେ ଆଲୋଚନା କରି ନିଜର ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ଦେଶପାଇଁ କାମ କରିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ । ବଲାଙ୍ଗିର ଉପଖଣ୍ଡର ସଂପାଦକ ଜ୍ୟୋତିରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଶ୍ରମିକ ନେତା ରବି ମିଶ୍ର, ସତ୍ୟବ୍ରତ ସିଂ, ରମେଶ ନାୟକ, ପ୍ରଦୀପ ଡାକୁଆ, ବ୍ରଜବନ୍ଧୁ ବାଗ, ଟିଙ୍କୁ ରାଓ ପ୍ରମୁଖ ଗଣତନ୍ତ୍ର ଦିବସ ଉପରେ ଶ୍ରମିକ କର୍ମଚାରୀମାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶେଷରେ ଶିଶୁମାନଙ୍କ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.