om academy

ଯୁକ୍ତ ଦୁଇ କଳା ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ : ପଶ୍ଚିମ ଓଡ଼ିଶା ଟପ୍ପର ହେଲେ ଶାନ୍ତ୍ୱନା

jsm

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ଚଳିତ ବର୍ଷ ପ୍ରକାଶ ପାଇଥିବା ଓଡିଶା ବୋର୍ଡର ଯୁକ୍ତ ଦୁଇ କଳାରେ ପୀନାକେଲ୍ କୋଚିଂ ସେଣ୍ଟରର ଛାତ୍ରୀ ଶାନ୍ତ୍ୱନା ମେହେର ୯୧.୬୬ ପ୍ରତିଶତ ମାର୍କ ରଖି ପଶ୍ଚିମ ଓଡ଼ିଶାରେ ଟପ୍ପର ହୋଇଛନ୍ତି । ସେ ସମ୍ବଲପୁରର ଗଙ୍ଗାଧର ମେହେର ୟୁନିଭର୍‌ସିଟିର ଯୁକ୍ତ ଦୁଇ ବିଭାଗର ଛାତ୍ରୀ ହୋଇଥିବା ବେଳେ ପୀନାକେଲ୍ କୋଚିଂ ସେଣ୍ଟରରେ କୋଚିଂ ନେଇ ଆସୁଥିଲେ । ତାଙ୍କର ଏହି ସଫଳତା ପାଇଁ କୋଚିଂ ସେଣ୍ଟରର ମୁଖ୍ୟ ମନୋରଞ୍ଜନ ମିଶ୍ର ଓ ଅନ୍ୟ ସହପାଠୀବୃନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ସଫଳତା ସୁନ୍ଦରଗଡ଼ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି । ତାଙ୍କର ଏହି ସଫଳତା ପାଇଁ ସେ ନିଜର ଭଗବାନଙ୍କ ଆଶୀର୍ବାଦ ସହ ବାପା ମା ଓ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.