om academy

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଜ୍ଞାନ ବର୍ଗରେ ମୋଟ ୫୨୦ ନମ୍ବର ରଖି ମହମ୍ମଦ ରସିଦ ପ୍ରଥମ, ୫୦୮ ନମ୍ବର ରଖି ସଞ୍ଜୟ ସାହୁ ଦ୍ୱିତୀୟ ଏବଂ ୫୦୧ ନମ୍ବର ରଖି ଖଗେଶ୍ୱର ମହାନ୍ତି ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିଭଳି କଳା ବର୍ଗରେ ମୋଟ ୫୩୭ ନମ୍ବର ରଖି ଉଜ୍ୱଳା ଜୟପୁରିଆ ପ୍ରଥମ, ୫୩୩ ନମ୍ବର ରଖି ରିଶିକା କୁମାରୀ ଦ୍ୱିତୀୟ ଏବଂ ୫୩୧ ନମ୍ବର ରଖି ଆଶିକା ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ବାଣିଜ୍ୟ ବର୍ଗରେ ୫୫୨ ନମ୍ବର ରଖି ସୁମନ ସେଠୀ ପ୍ରଥମ, ଚନ୍ଦନ କୁମାର ସିଂହ ୫୪୮ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଏବଂ ୫୪୪ ନମ୍ବର ରଖି ମୁକ୍ତି କୁମାରୀ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ସହିତ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟକୁ ଆସି ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଭେଟିଥିଲେ । ଏହି ସମୟରେ ମହାବିଦ୍ୟାଳୟର ପ୍ରଶାସନିକ ବିଭାଗର ଅଧିକାରୀ ଅଧ୍ୟାପକ ମାୟାଧର ବାରିକ, ଯୁକ୍ତ ଦୁଇ ବର୍ଗର ମୁଖ୍ୟ ସଂଯୋଜକ ଅଧ୍ୟାପକ ଅଜୟ କୁମାର ବେହେରାଙ୍କ ସମେତ ଯୁକ୍ତ ଦୁଇ ବର୍ଗର କାର୍ଯ୍ୟାଳୟ ସହକାରୀ ଦୀପେନ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.