om academy

ମ୍ୟୁନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ମ୍ୟୁନିସିପାଲ ମହାବିଦ୍ୟାଳୟର କୃତକାର୍ଯ୍ୟ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦିପ୍ତିରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗ ମୁଖ୍ୟ ବିଜୟ ପାଢ଼ୀ ବିବରଣୀ ପ୍ରଦାନ କରି କହିଥିଲେ ଯେ, ବାଣିଜ୍ୟରେ ୨୪୯ରୁ ୨୪୬, କଳାରେ ୨୩୦ରୁ ୧୮୬ ଓ ବିଜ୍ଞାନରେ ୨୩୪ରୁ ୧୩୮ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସର୍ବୋଚ୍ଚ ନମ୍ବର ରଖିଥିବା ବାଣିଜ୍ୟ ବିଭାଗର ସ୍ନେହା ସିଂହ, ସ୍ୱିଟି ଷାଣ୍ଡ, ଶ୍ୱେତା କୁମାରୀ ଚୋଉରାସିଆ, କଳା ବିଭାଗର ରାହୁଲ ଟେଟେ, ଜରା ଫାତମା, ରାକ୍ଷୀ ଯାଦବ ଏବଂ ବିଜ୍ଞାନ ବିଭାଗର ଶୁଭମ୍ ପଣ୍ଡିତ, ଋତିକି ପ୍ରସାଦ ମହାତୋ ଓ ଜିସନ୍ ଫିରୋଜଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କୃତି ବିଦ୍ୟାର୍ଥୀ ଓ ଅଭିଭାବକମାନେ ସେମାନଙ୍କ ଉତ୍ତରରେ ମହାବିଦ୍ୟାଳୟର ଶୃଙ୍ଖଳା ଓ ଶିକ୍ଷାଦାନ ପ୍ରକ୍ରିୟା ପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଶୈକ୍ଷିକ ବିକାଶରେ ଶାରୀରିକ, ମାନସିକ, ସାମାଜିକ ମୁଲ୍ୟବୋଧ ଓ ରାଷ୍ଟ୍ରୀୟ ଚେତନାର ଜାଗରଣ ବିଶେଷ ଗୁରୁତ୍ୱ ବହନ କରିଥାଏ । ଉପଯୁକ୍ତ ଶିକ୍ଷାୟତନ ପରିବେଶ, ସମର୍ପିତ ଶିକ୍ଷକ ଓ ସଚେତନ ଅଭିଭାବକର ମିଳିତ ପ୍ରୟାସରେ ଉତ୍ତମ ବିଦ୍ୟାର୍ଥୀ ନିର୍ମିତ ହୋଇପାରିବ । ଉକ୍ତ ସଭାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ କରିଥିଲେ । ହେମନ୍ତ କୁମାର ପୁହାଣ, ବିଶ୍ୱମ୍ବର ତ୍ରିପାଠୀ, ସୁରଜ୍ ତନ୍ତୀ, କୌଶିକ ଚୈଧୁରୀ, ମହାଶ୍ୱେତା ମହାପାତ୍ର, ଚନ୍ଦ୍ରଲେଖା ପଣ୍ଡା, ଆଶିର୍ବାଦ ମାଝୀ, ସଲିମ୍ , ପ୍ରମୋଦ ରଣା, ଡ. ଅପର୍ଣ୍ଣା ଧର, ସଞ୍ଜୁକ୍ତା ବେହେରା, ଶିଳ୍ପୀ ଲାକ୍ରା, ନିରୁପମା ସେନାପତି, ଦେବରାଜ ବେହେରା, ତରୁଣ ମିଶ୍ର, ଲକ୍ଷ୍ମୀଧର ମିଶ୍ର, ରାଧାଶ୍ୟାମ ମହାପାତ୍ର, ବାପି ଓ ପିତାମ୍ବର ପ୍ରଭୃତି ସହଯୋଗ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ବିଜୟଲକ୍ଷ୍ମୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.