ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ଗ୍ରାମ ତଳିପଡ଼ାରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ ମାହେଶ୍ୱରୀଙ୍କ ନବନିର୍ମିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ବରିଷ୍ଠ ଦେହେରୀ ତଥା କର୍ତ୍ତା ରୂପେ ଦିବାକର ଖେତି ଓ ତାଙ୍କ ପତ୍ନୀ ତପିସା ଖେତି ତଥା ପୂଜକ ରୂପେ ହରିହର ତ୍ରିପାଠୀ ବିଧିପୂର୍ବକ ପୂଜାର୍ଚ୍ଚନା କରିଥିଲେ । ଅନ୍ୟତମ ଦେହେରୀ ରୂପେ ଦୁଃଖନାସନ ଖେତି, ବେଜି ରୂପେ ବାଳକୃଷ୍ଣ ଖେତି, ଧ୍ଵଜ ଖେତି ଓ କାଳିଆ ବାଗଙ୍କ ସହ ସୁରଦେବ ଖେତି, ମୁରଲୀ ପାତ୍ର, ଶେଷଦେବ ଛନ୍ଦ, ଦୁଃଖିଶ୍ୟାମ ପଧାନ, ଦ୍ଵିତୀୟା ପଧାନ, ଅକ୍ଷୟ ପଧାନ, ନୀଳମଣି କଲତାଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଚଣାବାହାଲ ଗ୍ରାମ ତଥା ଆଖପାଖ ଗ୍ରାମର ଡୁମାଳ ସମାଜର ଶତାଧିକ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।
