csstore

ବଡସାଇମରା ହାଇସ୍କୁଲରେ ବ୍ଲକ ଓଷ୍ଟା ସଂଘର ସମ୍ବର୍ଦ୍ଧନା ସଭା ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା)ର ଏକ ବୈଠକ ଶୁକ୍ରବାର ବଡ଼ସାଇମରା ଗ୍ରାମସ୍ଥିତ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା)ର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ମୁରିବାହାଲ ବ୍ଲକ ଓଷ୍ଟା ସଂଘ ସଭାପତି ବିନୋଦ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ବୈଠକରେ ଜିଲ୍ଲା ଓଷ୍ଟା ସଂଘ ସଭାପତି ପ୍ରଦୀପ କୁମାର ପୁଟେଲ, ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ କୁମାର ମହାନ୍ତି, ରାଜ୍ୟ ଉପସଭାପତି ସୁଧୀର କୁମାର ନାୟକ, ତୁରେକେଲା ବ୍ଲକ ସମ୍ପାଦକ କୃଷ୍ଣଚନ୍ଦ୍ର ବାରିକ ଓ ବଡ଼ସାଇମରା ହାଇସ୍କୁଲ ପ୍ରଧାନଶିକ୍ଷକ ଲକ୍ଷ୍ମଣ କୁମାର ବୁଡ଼େକ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବ୍ଲକ ଓଷ୍ଟା ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଯୋଗ ଦେଇଥିଲେ । ବ୍ଲକ ଓଷ୍ଟା ସମ୍ପାଦକ ଅଭିମନ୍ୟୁ ପଧାନ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.