csstore

ବଟେଶ୍ୱର ମନ୍ଦିର ଉନ୍ନୟନ ପାଇଁ ବିଡିଓଙ୍କୁ ଭେଟିଲେ ପ୍ରତିନିଧି ଦଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆ ଗଡ଼ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଐତିହାସିକ ବାବା ବଟେଶ୍ୱର ଶୈବପୀଠ । ଉକ୍ତ ଶୈବପୀଠର ଉନ୍ନତି କରଣ ନିମନ୍ତେ ସୋମବାର ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟିର ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ବିଶେଷ କରି ଏନଅରଇଜିଏସରେ ଆସୁଥିବା ଟଙ୍କାରେ କିଭଳି ଉନ୍ନତ ରାସ୍ତା ଘାଟ ନିର୍ମାଣ ହୋଇ ପାରିବ ସେନେଇ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ ପ୍ରତିନିଧି ଦଳ ଆଲୋଚନା ବେଳେ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁ, ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ ପଲାଇ, କୋଷାଧକ୍ଷ ନିରାକାର ଜେନା ପ୍ରମୁଖ ପାଞ୍ଚ ଜଣିଆ କମିଟି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.