jayashree

ପରିତ୍ୟକ୍ତ ଅବସ୍ଥାରେ ନୁନପୁର ଛକ ଯାତ୍ରୀ ବିଶ୍ରାମାଗାର

  • ମରାମତି ଓ ନୂତନ ଶୌଚାଳୟ ପାଇଁ ଦାବି

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ନୁନପୁର ଛକ ଠାରେ ଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ନିର୍ମିତ ଯାତ୍ରୀ ବିଶ୍ରାମ ଗୃହ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଘରର କାନ୍ଥ ଓ ଛାତ ନଷ୍ଟ ହେବା ସହ ଚାରିପାଖରେ ଅନାବନା ଘାସ ଓ ବୁଦା ସୃଷ୍ଟି ହୋଇଛି । ମଦୁଆମାନଙ୍କ ଆଡ୍ଡାସ୍ଥଳୀ ଏବଂ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି । ଛକକୁ ଲାଗି ଏକ ବେସରକାରୀ ଶିକ୍ଷାନୁଷ୍ଠାନ ଶ୍ରୀ ଏଜୁକେସନକୁ ନୀତିଦିନ ଆସୁଥିବା ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଜାମବାହେଲିୟ, ଉଲୁରୁପି, ନୁନପୁର, ମାକଡଖୋଲା, କୁଟୀଗୁଡୁମ ଆଦି ଅଞ୍ଚଳର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବିଶ୍ରାମ ଗୃହର ମରାମତି ଓ ସଫେଇ ସହ ନୂତନ ଶୌଚାଳୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.