ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଗାଁର ବୟସ୍କ ବ୍ୟକ୍ତି ସନ୍ତୋଷ ମାଝୀ । ପାଖାପାଖି ୮୦ ବର୍ଷ ବୟସ । ଏହି ବୟସରେ ବି ଚାଲି ପାରନ୍ତି, ଭଲ କଥା ହୋଇ ପାରନ୍ତି । ବୁଧବାର ମଧ୍ୟାହ୍ନରେ ଶ୍ରୀ ମାଝୀ ପାଖ ଗାଡ଼ିଡ଼ିକୁ ମାଛ ମାରିବାକୁ ଯାଉଥିବା ସମୟରେ ଏନେଇ ଆମ ପ୍ରତିନିଧି ବାଟରେ ତାଙ୍କୁ ଭେଟିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ଭତ୍ତା ପାଉଛ କି ନାହଁ ପଚାରିଥିଲେ ଏନେଇ ଶ୍ରୀ ମାଝୀ ଖୁସିରେ ମୁଁ ସରକାର ଠୁଁ ଭତ୍ତା ପାଉଛି ବୋଲି ଖୁସି ବ୍ୟକ୍ତି କରିଥିଲେ ।