ପରୀକ୍ଷାର୍ଥୀଙ୍କ ଆନ୍ଧ୍ର ବିଏଡ୍‌ ପରୀକ୍ଷା ଚିନ୍ତା

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ଆଗାମୀ ନଭେମ୍ବର ମାସରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ବିଏଡ୍‌ ପରୀକ୍ଷା ହେବାକୁ ଯାଉଛି । ଏନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ଅଫ୍‌ଲାଇନ ପରୀକ୍ଷା ସକାଶେ ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ବେଳେ ମହାମାରୀ କରୋନା ସକାଶେ ପରିକ୍ଷାର୍ଥୀଙ୍କ ଚିନ୍ତା ବଢିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଚଳିତ ବର୍ଷ ପ୍ରାରମ୍ଭରୁ ମହାମାରୀ କରୋନାର ସଂକ୍ରମଣ ବଢିବାରେ ଲାଗିଛି । ଏପରି ସମୟରେ ଅନେକ ପରୀକ୍ଷା ବନ୍ଦ ରହିଥିବା ବେଳେ କେତେକ ପରୀକ୍ଷା ଅନଲାଇନରେ ମଧ୍ୟ ସରିଛି । ତେଣୁ ଚଳିତ ୨୦୨୦ ନଭେମ୍ବର ମାସରେ ଆନ୍ଦ୍ରପ୍ରଦେଶର ଆନ୍ଧ୍ର ବିଶ୍ୱବିଦ୍ୟାଳୟ ବିଏଡ ପରୀକ୍ଷାକୁ ଅଫଲାଇନରେ ପରୀକ୍ଷା କରିବା ନିଷ୍ପତ୍ତି ନେଇଥିବା ଜଣାଯାଇଛି । ତେବେ ଉକ୍ତ ପରୀକ୍ଷା ସକାଶେ ଓଡିଶାରୁ ହଜାର ହଜାର ପରୀକ୍ଷାର୍ଥୀ ରହିଥିବା ବେଳେ ଲୋଇସିଂହା ଅଂଚଳରୁ ମଧ୍ୟ ପରୀକ୍ଷାର୍ଥୀ ରହିଛନ୍ତି । ତେଣୁ କୋଭିଡ-୧୯ ନିୟମକୁ ଆଖି ଆଗରେ ଅନଲାଇନ ପରୀକ୍ଷା ହେବା ଜରୁରୀ ହୋଇପଡିଛି । ଏପରିକି ପରୀକ୍ଷାର୍ଥୀ ଯିବା ଆସିବା ଠାରୁ ଆରମ୍ଭ କରି ରହିବା ଖାଇବା ପରି ବିଭିନ୍ନ ସମସ୍ୟା ରହିଛି । ତେଣୁ ଏ ଅଂଚଲର ହଜାର ହଜାର ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଆଖି ଆଗରେ ରଖି ଉକ୍ତ ବିଏଡ ପରୀକ୍ଷାକୁ ଅନଲାଇନ ରେ କରିବାକୁ ବହୁ ପରୀକ୍ଷାର୍ଥୀ ସରକାରଙ୍କ ଦୃଷ୍ଟି ଗୋଚର କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ପାଇଁ ଦାବୀ ହେଉଛି । ତେଣୁ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଫ୍‌ଲାଇନ୍‌ ପରିବର୍ତ୍ତେ ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.