pakka

ରାଜ୍ୟସଭା ସାଂସଦଙ୍କ ଅନ୍ୱେଷା ଛାତ୍ରାବାସ ଓ ଡାକ୍ତରଖାନା ପରିଦର୍ଶନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସ୍ଥିତ ଅନ୍ୱେଷା ଛାତ୍ରାବାସକୁ ଅଚାନକ ପରିଦର୍ଶନ କରିଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଛାତ୍ରଛାତ୍ରୀଙ୍କୁ ଅସୁବିଧା, ସୁବିଧା ପଚାରି ବୁଝିବା ସହ ଶୟନ କକ୍ଷ, ପାଇଖାନା, ରୋଷେଇ ଶାଳା, ଖାଇବା କକ୍ଷ, ଛାତ୍ରାବାସ ଚତୁପାର୍ଶ୍ୱ ବୁଲି ଦେଖିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢ଼ି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ରାଜ୍ୟସଭା ସାଂସଦ ଶ୍ରୀ ବିଶି ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଛାତ୍ରାବାସରେ ଥିବା ଆହୁରି କେତେକ ସମସ୍ୟାର ସମାଧାନ କରିବାକୁ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନ କରି ଡାକ୍ତରଖାନା ପରିସର, ୱାର୍ଡ ଓ ପାଇଖାନା ପରିଦର୍ଶନ କରିଥିଲେ । ରୋଗୀମାନଙ୍କ ସହିତ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଡାକ୍ତରଖାନା ପରିସର ତଥା ପାଇଖାନା ଦୁର୍ଗନ୍ଧ ହେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

thirteen − 1 =

error: Content is protected !!