jayashree

ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଗୃହ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ତତ୍ୱାବଧାନରେ ଚାଲୁଥିବା ‘ଲାର୍ନିଙ୍ଗ ଏଟ ଡୋରଷ୍ଟେପ’ କାର୍ଯ୍ୟକ୍ରମ ଅନୁସାରେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବା ଶ୍ରୀ ଭୋଇ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁଗୁଡ଼ିପଡାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଘରକୁ ଯାଇ ପିଲାମାନେ ଛୁଟି ସମୟରେ ଦିଆ ଯାଇଥିବା ଗୃହ କାର୍ଯ୍ୟକୁ ଠିକ ଭାବରେ କରୁଛନ୍ତି ନା ନାହିଁ ତଦାରଖ କରିଥିଲେ । ସେ ପିଲାମାନଙ୍କୁ ତଥା ତାଙ୍କ ପିତାମାତାମାନଙ୍କୁ ଛୁଟି ସମୟର ସଦୁପଯୋଗ କିଭଳି ଭାବରେ କରିବେ ଶିକ୍ଷା ଦେଇଥିଲେ । ତାଙ୍କ ସହିତ ସି ଆର ସି ସି ଗିରିଶ ବେହେରା ଓ ରୁଗୁଡ଼ିପଡାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଥିଲେ ଓ ପିଲାମାନଙ୍କୁ ଗୃହକାର୍ଯ୍ୟ କରିବାରେ ସହାୟତା କରିଥିଲେ । ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗର ଏହି ପଦକ୍ଷେପକୁ ପିତାମାତା ତଥା ଅଭିଭାବକମାନଙ୍କ ତରଫରୁ ସ୍ୱାଗତ କରାଯାଇଥିଲା ତଥା ସାଧୁବାଦ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.