ବରଗଡ଼ ଶିକ୍ଷାଧିକାରୀଙ୍କ ‘ମୋ ପୁସ୍ତକ ରାଇଜ’ କାର୍ଯ୍ୟକ୍ରମର ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ତଥା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ବରଗଡ଼ ଶ୍ରୀମତୀ ସେବାଶ୍ରୀ ଭୋଇ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିଯୋରୀରେ ପହଞ୍ଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପ୍ରତି ଶୁକ୍ରବାର ଦିନ ଉପର ଓଳି ଗୋଟିଏ ପିରିୟଡ ‘ମୋ ପୁସ୍ତକ ରାଇଜ’ ନାମରେ ବରଗଡ଼ ବ୍ଲକର ସମସ୍ତ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଲାଇବ୍ରେରୀ ପୁସ୍ତକ ଯୋଗାଇ ଦିଆଯାଇଥାଏ । ଛାତ୍ରଛାତ୍ରୀ ଗଣ ଲାଇବ୍ରେରୀ ପୁସ୍ତକରୁ ବିଭିନ୍ନ ଉପାଦେୟ ଜ୍ଞାନ ଲାଭ କରିଥାନ୍ତି । ଲାଇବ୍ରେରୀ ପୁସ୍ତକ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ତଥା ଉତ୍କଣ୍ଠା ପ୍ରକାଶ ପାଇଥାଏ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ପାଠପଢ଼ା ସମ୍ପର୍କିତ ବିଭିନ୍ନ ଉପଦେଶ ଦେଇ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଶୈକ୍ଷିକ ତଥା ସହ ଶୈକ୍ଷିକ ଦକ୍ଷତା ବିକାଶ ସକାଶେ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

17 + 1 =