jsm

ବିଧାୟକ ନରସିଂହ ମିଶ୍ରଙ୍କ ବନ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ

csstore
  • ଉଚିତ କ୍ଷତି ପୂରଣ ପାଇଁ ଉଦ୍ୟମ କରାଯିବ : ବିଧାୟକ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତ ୨ ଓ ୩ ତାରିଖ ଦିନ ହୋଇଥିବା ବର୍ଷା ଯୋଗୁଁ ଦେଓଗାଁ ବ୍ଲକରେ ହୋଇଥିବା କ୍ଷୟକ୍ଷତି ଉପରେ ଅନୁଧ୍ୟାନ କରିଛନ୍ତି । ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଗାଈବାହାଲ ପଞ୍ଚାୟତର ଘୁଚିପାଲି ଗାଁକୁ ଯାଇ ପ୍ରଥମେ ଅନୁଧ୍ୟାନ କରିଥିଲେ । ଅଭିଯୋଗ ହୋଇଥିଲା ଯେ, ଘୁଚିପାଲି ଗାଁର ୮ଟି ପରିବାରର ବର୍ଷା ଯୋଗୁଁ ଘର ଭୁଷୁଡ଼ି ପଡ଼ିଲା । ଅନାଥ ହୋଇଗଲେ ୮ ପରିବାର । ଗାଁର ଲୋକମାନେ ଥଇଥାନ କଲେ । ପଞ୍ଚାୟତକୁ ଜଣାଇଲେ ହେଲେ ପଞ୍ଚାୟତ ଦେଖିଲା ଓ ସହାୟତା ବାବଦରେ ମାତ୍ର ଗୋଟିଏ ଓଲି ଖାଇବାର ବ୍ୟବସ୍ଥା କଲା । ଗାଁର ଲୋକମାନେ ପରିବାର ପ୍ରତିପୋଷଣ କରୁଛନ୍ତି । ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ଆରଆଇଙ୍କୁ ଆଣି ଦତନ୍ତ କରିଥିଲେ । ଆରଆଇ କ୍ଷତି ହୋଇଥିବା ବିଷୟରେ ଜଣାଇବା ପରେ ପରିବାର ବର୍ଗଙ୍କୁ ତାର ପୋଲିନ ଦିଆଯାଇଥିଲା । କେବଳ ଗାଁର ୮ଟି ପରିବାର ନୁହେଁ ଆହୁରି ଅନେକ ପରିବାର ଏପରି ହୋଇଥିବା ଗାଁର ଲୋକମାନେ କହିଥିଲେ । ପରେ ଦେଓଗାଁ ବ୍ଲକ ମହଲାଇ ପଞ୍ଚାୟତର ବଗଡ଼ା, ହଲଦିନାଲି ଓ ଅର୍ଜୁନପୁର ପଞ୍ଚାୟତର ବ୍ରାହ୍ମଣୀପାଲି, କୁଲୁତାପଡ଼ା ପଞ୍ଚାୟତର ସିଙ୍ଗାଟିମାଲ, ଖଇରମାଲ ଗାଁରେ ହୋଇଥିବା କ୍ଷୟକ୍ଷତି ଦେଖିବା ସହ କ୍ଷତିଗ୍ରସ୍ତ ହୋଇଥିବା ପରିବାର ବର୍ଗ ସହ ଆାଲୋଚନା କରିଥିଲେ । ବନ୍ୟାକ୍ଷତି ଯୋଗୁଁ ଚିନ୍ତା ନ କରିବା ପାଇଁ କହିବା ସହ ସରକାରୀ ସହୟତା ପାଇଁ ନିଶ୍ଚିତ ଉଦ୍ୟମ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସେବାଦଳ ମୁଖ୍ୟ ଅସୀତ ମିଶ୍ର, ବ୍ଲକ କଂଗ୍ରେସ କମିଟି ସଭାପତି ରାମଜୀ ଚୌଧୁରୀ, ବିଧାୟକ ପ୍ରତିନିଧି କାନ୍ତେଶ୍ୱର ପଧାନ, କିଷାନ କଂଗ୍ରେସ ସଭାପତି ପ୍ରଦ୍ୟୁନ୍ନ ସାହୁ, ଯୁବ କଂଗ୍ରେସ ସଭାପତି ସମୀର ସାହୁ, ପୂର୍ବ ବ୍ଲକ ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ମଣୀ ଧରୁଆ, ବୈଷ୍ଣବ ଧରୁଆ, ନନ୍ଦିକିଶୋର ଧରୁଆ, ମାର୍କଣ୍ଡ ମେହେର ପ୍ରମୁଖ ପରିଦର୍ଶନ ସମୟରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.