ଧରମ୍‌ ସିଂ ମାନ୍‌ଧାତାଙ୍କ ସ୍ମୃତି ରକ୍ଷା ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ଧରମ୍‌ ସିଂ ମାନ୍‌ଧାତାଙ୍କ ସ୍ମୃତି ରକ୍ଷା ପାଇଁ ଆଜି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଜାଖମନ୍‌ରେ ପ୍ରତିଷ୍ଠା ହେବାକୁ ଥିବା ଅଡିଟରିଅମ୍‌କୁ ଧରମ୍‌ ସିଂ ମାନ୍‌ଧାତାଙ୍କ ନାମରେ ନାମିତ କରାଯିବା ସହ ବଲାଙ୍ଗିର ସହରର ଭାଗିରଥୀ ଛକରେ ତାଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବାକୁ ଦାବୀ କରାଯାଇଛି । ଏଥିସହ ତାଙ୍କ ଜନ୍ମସ୍ଥାନରେ ତାଙ୍କର ବ୍ୟବହୃତ ସାମଗ୍ରୀର ରକ୍ଷଣାବେକ୍ଷଣ ତଥା ସୌନ୍ଦର୍ଯ୍ୟକରଣ କରାଯିବା ସହ ଭୀମ ଡିଙ୍ଗୁରୀରେ ମଧ୍ୟ ତାଙ୍କ ସ୍ମୃତି ରକ୍ଷା ସହ ସେହି ସ୍ଥାନର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବାକୁ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଆଜିର ଏହି ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସହ ଉପାଧ୍ୟକ୍ଷା ତଥା ଅନ୍ୟ କାଉନ୍‌ସିଲର୍‌ ମାନେ ସାମିଲ୍‌ ଥିଲେ ।

Leave A Reply

Your email address will not be published.