jsm

କନ୍ଧପାଲିପଡା ସ୍ଥିତ ପେପର ବୟେ ଚୁମନ ରାଓଙ୍କ ଘରକୁ ପରିଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେପର ବୟେ ଚୁମନ ରାଓଙ୍କ ପିଲା ଦିନଠୁ ସଂଘର୍ଷମୟ ଜୀବନ । ପେପର ବାଣ୍ଟି ନିଜର ପରିବାରକୁ ଚଲାଉଥିବା ବେଳେ ତାଙ୍କୁ ନେଇ ଗତ କିଛି ଦିନ ହେବ ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଯାହକୁ ନେଇ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କନ୍ଧପାଲିପଡା ସ୍ଥିତ ପେପର ବୟେ ଚୁମନ ରାଓଙ୍କ ଘରକୁ ଆସି ତାଙ୍କ ପରିବାର ସହ ସାକ୍ଷାତ କରି ଅର୍ଦ୍ଧନିର୍ମିତ ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିଲେ ଏବଂ ଚୁମନ ପଢ଼ୁଥିବା ପର୍ଯ୍ୟନ୍ତ ୧୦୦୦ ଟଙ୍କା ଲେଖାଏଁ ଚେକ ମାଧ୍ୟମରେ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ବିଧାୟକ ଶ୍ରୀ ମିଶ୍ର । ଏହି ପରିଦର୍ଶନ ସମୟରେ ବିଧାୟକଙ୍କ ସହ କଂଗ୍ରେସ ନେତା ବୁଲୁ ଦାନୀ, ବଜରଙ୍ଗ ବନ୍‌ଛୋର, ଅରବିନ୍ଦ ପରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.