ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି

ସିନାପାଲି, (କେପିଏନ୍‌ଏସ୍‌) : ସିନାପାଲି ବ୍ଲକ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି କାର୍ଯ୍ୟକ୍ରମ ହୋଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଡ଼ିଓ ସର୍ବେଶ୍ୱର ଜାଲ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ଉପାଧ୍ୟକ୍ଷା ମୀନା ଘିଭେଲା, ଜିପିଇଓ ପ୍ରେମଲାଲ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ବିଡ଼ିଓ ଶ୍ରୀଜାଲ ବିପର୍ଯ୍ୟୟ ପରିଚାଳନା ସଚେତନ ବାର୍ତ୍ତା ଦେଇଥିଲେ । ସିନାପାଲି ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ଉପରେ ବିଭିନ୍ନ କୌଶଳ ପ୍ରଦର୍ଶନ କରି ଲୋକଙ୍କୁ ସଚେତନ କରିଥିଲେ । ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ଏମବିକେ, ସିଆରପି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seven + seven =