csstore

ଅନୁପ ଦାସଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ : ଜେଲରୁ ଆସି ଶବ ଦାହରେ ସାମିଲ ହେଲେ ଆଲୋକ ଦାସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ା ଦୁର୍ଗା ପୂଜା କମିଟିର ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ଧରି ସମ୍ପାଦକ ଦାୟିତ୍ଵ ତୁଲାଉଥିବା ତଥା ପଡ଼ାର ଭାଇଚାରାକୁ ସଂଗଠିତ କରୁଥିବା ସଂଗଠକ ସ୍ୱର୍ଗତ ସଚ୍ଚିକାନ୍ତ ଦାସଙ୍କ ଦ୍ୱିତୀୟ ପୁଅ ଅନୁପ ଦାସଙ୍କ ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଯାଇଛି । ସେ ଯକୃତ ରୋଗରେ ଚିକିତ୍ସିତ ହେଉଥିଲେ । ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ବାସ ଭବନକୁ ଅପରାହ୍ନ ଚାରିଟା ବେଳକୁ ଅଣାଯାଇଥିଲା । ସେଠାରୁ ପରିବାର ଲୋକେ ତାଙ୍କ ଶେଷ ଦର୍ଶନ କରିବା ପରେ ଆତ୍ମୀୟ ଜନ୍, ପଡ଼ାବାସି ମୁକ୍ତିଧାମକୁ ନେଇଥିଲେ । ଅନୁପଙ୍କ ବଡ ଭାଇ ଆଲୋକ ଦାସ ଶବ ସତ୍କାରରେ ସାମିଲ ହେବା ଖବର ପାଇ ସମସ୍ତ ଲୋକେ ଅପେକ୍ଷା କରିଥିଲେ । ରାତି ୯ଟା ସମୟରେ ଆଲୋକ ଦାସ ଆସିବା ପରେ ସାନ ଭାଇ ଅତୁଲ ଦାସଙ୍କ ସହ ମିଶି ମୁଖାଗ୍ନି ଦେଇଥିଲେ । ଏକ ଭାବ ବିହ୍ୱଳ ପରିବେଶ ଦେଖିବାକୁ ମିଳିଥିଲା, ଅନୁପଙ୍କ ଶବ ଦାହରେ ସମୟରେ କାକା ସନ୍ତୋଷ ଦାସ, ସୁଧା ଦାସ, ଶୁଭ୍ରାଂଶୁ ଦାସ ଉପସ୍ଥିତ ଥିବାବେଳେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ବିଜେପି ଦଳର କର୍ମକର୍ତ୍ତା, ବହୁ ମାତ୍ରାରେ ଆଲୋକ ଦାସଙ୍କ ସଂଗଠନର ସଦସ୍ୟ, ପ୍ରମୋଦ ସରାଫ, ପ୍ରକାଶ ସରାଫ, ପ୍ରଦୀପ ସାହୁ, ନୀଳାମ୍ବର ମିଶ୍ର, ପ୍ରକାସ ଗୋଏଲ, ରବି ପଟ୍ଟନାୟକ, ରମାକାନ୍ତ ବେହେରା, ପ୍ରକାଶ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବହୁ ମାତ୍ରାରେ ଯୁବ ଗୋଷ୍ଠୀ ସାମିଲ ହୋଇଥିଲେ । ସ୍ୱର୍ଗତ ଅନୁପ (ଲିଙ୍କନ) ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ, ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

jayashree
Leave A Reply

Your email address will not be published.