ଆଇଆର୍‌ଇଏଲ୍ (ଇଣ୍ଡିଆ) ସୌଜନ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍(ଇଣ୍ଡିଆ) ସୌଜନ୍ୟରେ ପରିବେଶ ସୁରକ୍ଷା, ସୁସ୍ଥ-ପରିବେଶ, ସ୍ୱଚ୍ଛ-ପରିବେଶ ଉପରେ ଶନିବାର ଛତ୍ରପୁରର ମହିଳା ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ନେଇ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବଞ୍ଚି ରହିବାକୁ ହେଲେ ଉତ୍ତମସ୍ୱାସ୍ଥ୍ୟ ଜରୁରୀ ଅଟେ । ଏହାରି ଉପରେ ଏକ ସଚେତନତାଧର୍ମୀ ଅଧ୍ୟୟନ ଶ୍ରେଣୀର ଆୟୋଜିତ ହୋଇଥିଲା । ଛତ୍ରପୁରସ୍ଥିତ ଶାନ୍ତିନଗର ଢ଼ିମିରା ସ୍ଥଳରେ ଥିବା ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଭାରତୀୟ ବିରଳ ମୂର୍ତ୍ତିକା ଆଇ.ଆର.ଇ.ଏଲ୍. (ଇଣ୍ଡିଆ) କମ୍ପାନୀ ବିଶେଷଜ୍ଞଙ୍କ ଦ୍ଵାରା ପରିବେଶ ସଚେତନତା ଉପରେ ଶିକ୍ଷାଦାନ ଦିଆଯାଇଥିଲା । ଏପରିକି ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନର ମୂଳ ଲକ୍ଷ୍ୟ, ଅଭାବୀ ପୂରଣ, ନିଯୁକ୍ତିର ସୁଯୋଗ, ସମାଜପ୍ରତି ଉପକାରୀତା, କମ୍ପାନୀର ଲାଭାଂଶରୁ କିଛି ଅର୍ଥ ଜନସେବା ଓ ଜନ ମଙ୍ଗଳ କାର୍ଯ୍ୟରେ ବ୍ୟୟ କରାଯିବା ସମ୍ପର୍କରେ ବିଶେଷଜ୍ଞମାନେ ସୂଚାଇଥିଲେ । ବିଦ୍ୟାର୍ଥୀଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯାଇ ପରିବେଶ ଉପରେ ଆଲୋଚନା ଓ ପର୍ୟ୍ୟାଲୋଚନା କରାଯାଇଛି । ସର୍ବୋପରି କମ୍ପାନୀର ଧୂମ-ଧୂଆଁରେ ପରିବେଶ ଓ ଜନବସତି ଉପରେ କୌଣସି କୁ-ପ୍ରଭାବ ନାହିଁ ବୋଲି କର୍ତ୍ତୃପକ୍ଷ ଓ ବିଶେଷଜ୍ଞମାନେ କହିଛନ୍ତି । ଏହାରି ଉପରେ ଦିନିକିଆ ଶିକ୍ଷଣ ସମ୍ବଳ ଉପରେ ସଚେତନତା ଓ ଶିକ୍ଷାଦାନ କାର୍ଯ୍ୟକ୍ରମରେ ଆଇ.ଆର.ଇ.ଏଲ୍. (ଇଣ୍ଡିଆ)ର ଡେପୁଟି ଜେନେରାଲ ମ୍ୟାନେଜର (ଖଣି ଓ ଲୋକ ସମ୍ପର୍କ ବିଭାଗ) ଗତିକୃଷ୍ଣ ନାୟକ, ଡିଜିଏମ୍‌ ରିସୋର୍ସ ନରେନ୍ଦ୍ର କୁମାର ନାୟକ, ମ୍ୟାନେଜର ସି.ଏସ.ଆର. ଓ ରିସୋର୍ସ ଦୀପକ କୁମାର ମିଶ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ସୁମିତ୍ରା ମିଶ୍ର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.