pakka

ଘର ଭିତରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଲପଡା ଗ୍ରାମରେ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ତାଙ୍କ ନିଜ ଘରୁ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ମାଲପଡା ଗ୍ରାମର ଛତ୍ରପାଳ ମଲ୍ଲିକ(୭୫) ତାଙ୍କ ଘରେ ଦେଢ଼ ବର୍ଷ ହେଲା ଏକୁଟିଆ ରହୁଥିଲେ । ତାଙ୍କର ଦୁଇଟି ପୁଅ ଏବଂ ଦୁଇଟି ଝିଅ । ବଡ ପୁଅର ମୃତ୍ୟୁ ବହୁବର୍ଷ ଆଗରୁ ହୋଇଥିବା ବେଳେ ତାଙ୍କ ସାନ ପୁଅ ଟେସନ ମଲ୍ଲିକ ବାପାଙ୍କ ଘରଠୁ କିଛି ଦୂରରେ ନିଜ ପରିବାର ସହ ବସବାସ କରି ରହି ଆସୁଛନ୍ତି । ମୃତକଙ୍କ ପୁଅ ଟେସନ ମଲ୍ଲିକଙ୍କ କହିବା ଅନୁସାରେ ଗତ ଶନିବାର ୨୯ ତାରିଖ ଦିନ ସନ୍ଧ୍ୟା ୮ଟା ସମୟରେ ମୃତକଙ୍କ ଘର ସମ୍ମୁଖରେ ଥିବା ବରଗଛ ତଳେ ଗ୍ରାମର କିଛି ବ୍ୟକ୍ତି ଗଞ୍ଜେଇ ପିଇ ପାଟିତୁଣ୍ଡ କରୁଥିବା ବେଳେ ମୃତକ ସେମାନଙ୍କୁ ମନା କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ସେମାନେ ମୃତକଙ୍କୁ ତତେ ଦେଖିନେବୁ ବୋଲି ଧମକ ଦେଇଥିଲେ । ରବିବାର ସକାଳୁ ମୃତକଙ୍କ ଘର କବାଟରେ ତାଲା ଲଗା ହେଇଥିବା ଦେଖି ତାଙ୍କ ପୁଅ ଏବଂ ପଡିଶା ଲୋକ ଭାବିଥିଲେ ମୃତକ ବାହାରକୁ କୁଆଡେ ଯାଇଛନ୍ତି ବୋଲି କିନ୍ତୁ ଆଜି ମୃତକଙ୍କ ଘର ଭିତରୁ ଅତି ଦୁର୍ଗନ୍ଧ ବାହାରୁଥିବାରୁ ପଡିଶା ଲୋକ ଏବଂ ମୃତକଙ୍କ ସାନପୁଅ ଖପ୍ରାଖୋଲ ପୋଲିସକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପୋଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକଙ୍କ ଘର ବାହାର ପଟରୁ ତାଲା ଲଗାଯାଇଥିବା ଦେଖି ତାଲାକୁ ଭାଙ୍ଗି ଭିତରକୁ ଗଲାପରେ ଗୋଟିଏ ମୃତଦେହ ଖଟରେ ଅସଞ୍ଜତ ଭାବରେ ପଡିରହିଥିବା ବେଳେ କୌଣସି ଧାରୁଆ ଅସ୍ତ୍ରରେ ମୁଣ୍ଡରେ ଏବଂ ଛାତିରେ କଟା ହୋଇଥିବା ଦେଖିବାକୁ ପାଇଥିଲେ । ସୂଚନା ଥାଉକି ମୃତକ ଛତ୍ରପାଳ ଗୁଣିଆ କାମ କରୁଥିବା ତାଙ୍କ ପୁଅ ପ୍ରକାଶ କରିଥିବା ବେଳେ ସେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ପ୍ରକାଶ କରୁଛନ୍ତି । ଖପ୍ରାଖୋଲ ପୋଲିସ ଶବକୁ ଜବତ କରିଥିବା ବେଳେ ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ବଲାଙ୍ଗିରରୁ ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୯୧/୨୦୨୪ରେ ଏକ ହତ୍ୟା ମାମଲା ୠଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା କେସ ତଦନ୍ତକାରୀ ଅଧିକାରୀ ଶ୍ରୀ ଛତ୍ର ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

fifteen − five =

error: Content is protected !!