pakka

କଳାହାଣ୍ଡିରେ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ : ପାଞ୍ଚ କର୍ମଚାରୀ ସମ୍ମାନୀତ

bbehera

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଜ଼ିଲ୍ଲା ରିଜର୍ଭ ପୋଲିସ ପଡିଆରେ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ପାଠ କରିଥିଲେ । ଏହି ଅବସରରେ ଉତ୍ତମ କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାର ପାଞ୍ଚଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା । ପୋଲିସ ବିଭାଗରେ କାର୍ଯ୍ୟରତ ଏସ୍‌ଆଇ ଥବିର ବରିହାଙ୍କୁ ବେଷ୍ଟ ସବ୍‌ଇନ୍ସପେକ୍ଟର, ଏଏସ୍‌ଆଇ ମନୋରଞ୍ଜନ ଆଚାର୍ଯ୍ୟଙ୍କୁ ବେଷ୍ଟ ଏଏସ୍‌ଆଇ, ଚନ୍ଦ୍ରଭାନୁ ଦଣ୍ଡସେନାଙ୍କୁ ବେଷ୍ଟ ହାବିଲଦାର, ପ୍ରଣବ କିଶୋର ନାଗଙ୍କୁ ବେଷ୍ଟ କନେଷ୍ଟବଳ୍‌ ଏବଂ ଡାଳିମ୍ବ ମାଝୀଙ୍କୁ ବେଷ୍ଟ ଏପିଆର ଭାବେ ସମ୍ମାନୀତ କରାଯାଇଥିଲା ।

jay balangir
Leave A Reply

Your email address will not be published.

eleven − two =