pakka

ବଲାଙ୍ଗିର ବିଧାୟକ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ସମରେନ୍ଦ୍ର ମିଶ୍ର ହୋଇଛନ୍ତି ବଲାଙ୍ଗିର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ । କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ରଙ୍କ ପୁତ୍ର ସମରେନ୍ଦ୍ର ବିଧାୟକ ପ୍ରାର୍ଥୀ ଟିକେଟ୍‌ ପାଇବା ପରେ ତାଙ୍କ ସମର୍ଥକ ଶୁଭେଚ୍ଛୁଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି । ଯୁବନେତା ସମରେନ୍ଦ୍ର ଟିକେଟ୍‌ ପାଇବା ପୂର୍ବରୁ ନୂଆ ଭୋଟର୍‌ଙ୍କୁ ଏକ କାର୍ଯ୍ୟକ୍ରମରେ ଭେଟି ସାରିଥିବା ବେଳେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ସେହିପରି ନିକଟରେ ଏକ କାର୍ଯ୍ୟକ୍ରମରେ ମହିଳାମାନଙ୍କ ସହ ବଲାଙ୍ଗିରର ବିଭିନ୍ନ ସମସ୍ୟାକୁ ନେଇ ସିଧାସଳଖ କଥାବାର୍ତ୍ତା କରିଛନ୍ତି । ନିଜକୁ ସମସ୍ତ ଦିଗରୁ ବଳିଷ୍ଠ କରିବା ପାଇଁ ଟିକେଟ୍‌ ମିଳିବା ପୂର୍ବରୁ ସମରେନ୍ଦ୍ର ନିଜକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିଲେ । ପକ୍କା ବଲାଙ୍ଗିରିଆ ନାରା ନେଇ ଏଥର ନିର୍ବାଚନ ମଇଦାନ୍‌ରେ ବାଜିମାତ୍‌ କରିବେ ସମରେନ୍ଦ୍ର ବୋଲି ତାଙ୍କ ଶୁଭେଚ୍ଛୁମାନଙ୍କ ମହଲରେ ମତପ୍ରକାଶ ପାଇଛି ।

jay balangir
Leave A Reply

Your email address will not be published.

16 + 8 =

error: Content is protected !!