pakka

ଓବିସିଙ୍କ ପ୍ରତି ସାମାଜିକ ଅନ୍ୟାୟ ପ୍ରତିବାଦରେ ଗର୍ଜିଲା ରାଜ୍ୟ ଓବିସି ମଂଚ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସିଙ୍କ ପ୍ରତି ସାମାଜିକ ଅନ୍ୟାୟ ପ୍ରତିବାଦରେ ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଗର୍ଜିଛି ଓଡ଼ିଶା ରାଜ୍ୟ ଓବିସି ମଂଚ । କୁହାଯାଇଛି ଯେ, ଓଡ଼ିଶାରେ ଓବିସିକୁ ସାମାଜିକ ନ୍ୟାୟରୁ ବଂଚିତ କରାଯାଉଛ । ଏପରିକି ଏସ୍‌ସି, ଏସ୍‌ଟି, ଇଡବ୍ଲ୍ୟୁଏସ୍‌ ସହ ଅଣଓବିସି ଏସ୍‌ଇବିସି ନାମରେ ସଂରକ୍ଷଣ ଦିଆଯାଉଥିବା ବେଳେ ଓବିସି ଏହି ସୁବିଧାରୁ ବଂଚିତ ହୋଇଆସିଛି । ଏଣୁ ଆଗାମୀ ସାଧାରଣ ନିର୍ବାଚନରେ ଓବିସି ପ୍ରତିନିଧିତ୍ୱକୁ ପ୍ରାଧାନ୍ୟ ଦେଉଥିବା ଦଳର ପ୍ରାର୍ଥୀମାନଙ୍କୁ ହିଁ ରାଜ୍ୟ ଓବିସି ମଂଚ ସମର୍ଥନ କରିବ ବୋଲି ପ୍ରେସ୍‌ମିଟ୍‌ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଓବିସି ମଂଚ ସଭାପତି ଶଙ୍କର ପାତ୍ର, କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଳ, ମଲିଆ ଗଡ଼ୁଆ ଏବଂ ସରୋଜ ମେଶ୍ୱା ମଂଚାସୀନ ଥିଲେ ।

jay balangir
Leave A Reply

Your email address will not be published.

two + 3 =

error: Content is protected !!