pakka

ପବିତ୍ର ରକ୍ଷା ବନ୍ଧନରେ ରକ୍ତଦାନ କରି ଜଣେ ଅଚିହ୍ନା ଭଉଣୀର ଜୀବନ ବଞ୍ଚାଇଲା ସଂକଳ୍ପ ପରିବାର

kalikesh

ବରଗଡ଼, (ନିରୋଜ କୁମାର ପାଣୀ) : ସୃଷ୍ଟିର ଆଦି ଅନାଦି କାଳରୁ ଭାଇ ଭଉଣୀଙ୍କ ସଂପର୍କ ଏକ ପବିତ୍ରତମ ଓ ପରିକୃଷ୍ଟ ସଂପର୍କ । ଭାରତୀୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାରେ ଭାଇ ଭଉଣୀ ସଂପର୍କର ସଂଜ୍ଞା ନିରୂପଣ କରୁଥିବା ଦିନଟି ହେଉଛି ‘ରକ୍ଷା ବନ୍ଧନ’ ବା ରାକ୍ଷୀ ପୂର୍ଣ୍ଣିମା । ରକ୍ଷା ବନ୍ଧନର ଏହି ପବିତ୍ର ଦିନରେ ସମସ୍ତ ଭାଇ ଓ ଭଉଣୀମାନେ ନିଜ ସୁସମ୍ପର୍କରେ ବ୍ୟସ୍ତ ଥିବାବେଳେ ଆଜି ଜଣେ ଅଚିହ୍ନା ଭଉଣୀଙ୍କୁ ରକ୍ତର ଆବଶ୍ୟକତା ଥିବା ଖବର ପାଇଁ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ବିକାଶ ଭୋଇ ଓ ସୁବ୍ରତ ଭୋଇ ବରଗଡ଼ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରି ଜଣେ ଭଉଣୀର ଜୀବନ ରକ୍ଷା କରିଥିଲେ । ସୂଚନା ମୁତାବକ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପେଟୁପାଳି ଗ୍ରାମର ରୋହିନୀ ବାଗ(୨୫) ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ଜନିତ ସମସ୍ୟା କାରଣରୁ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶରୀରରେ ରକ୍ତର ପରିମାଣ କମ ରହିଥିବାରୁ ରକ୍ତଯୋଗାଡ଼ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ଗତ କିଛିଦିନ ହେଲା ବରଗଡ଼ ରକ୍ତଭଣ୍ଡାରରେ A+veର ରକ୍ତର ଅଭାବ ଦେଖା ଯାଉଥିବାରୁ ପରିବାର ଲୋକେ ରକ୍ତ ନପାଇ ଚିନ୍ତାରେ ପଡିଯାଇଥିଲେ । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ଖବର ପାଇ ସ୍ୱ ଇଚ୍ଛାରେ ସଂକଳ୍ପ ପରିବାରର ଦୁଇଜଣ ସକ୍ରିୟ ସଦସ୍ୟ ବିକାଶ ଭୋଇ ଓ ସୁବ୍ରତ ଭୋଇ ବରଗଡ଼ ରକ୍ତଭଣ୍ଡାରକୁ ଯାଇ A+veର ବର୍ଗର ରକ୍ତଦାନ କରି ଅଚିହ୍ନା ଭଉଣୀର ଜୀବନ ରକ୍ଷା କରିଥିଲେ । ଆଜିର ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଆଶୀର୍ବାଦ ନେଇଥିବା ବେଳେ ଭାଇ ମଧ୍ୟ ଚିରଦିନ ଭଉଣୀର ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଥାଏ । ଆଜି ସେହି ହାତରୁ ରକ୍ତଦାନ କରି ଦୁଇଜଣ ଭାଇ ଜଣେ ଭଉଣୀ ମୁହଁରେ ହସ ଫେରାଇ ଆଣିଥିଲେ । ଯାହା ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରଂଶସା ଅନେକ ଲୋକ ପ୍ରସଂଶା କରୁଛନ୍ତି ।

pp
Leave A Reply

Your email address will not be published.

20 − 6 =