pakka

ଯୁଗ ଯାତ୍ରୀ ସାହିତ୍ୟ ସଂସଦରେ ମେହେର ଜୟନ୍ତୀ ପାଳିତ

  • ଗଙ୍ଗାଧର ସାହିତ୍ୟ ଅନେକ ଦର୍ଶନର ସମ୍ଭାର

ମ.ରାମପୁର, (ହେମନ୍ତ ସାହୁ) : ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଅନେକ ଦର୍ଶନର ସମ୍ଭାର । କେବଳ ପ୍ରକୃତି ପ୍ରାଣରେ ଜୀବନ ସଞ୍ଚାର କରି ନାହାନ୍ତି କବି । ଏଥି ବ୍ୟତିରେକ ଅନେକ ଜୀବନ ଦର୍ଶନ ରହିଛି ତାଙ୍କ ସାହିତ୍ୟ ସମୂହରେ ବୋଲି ଆଜି କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ପାଳିତ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ତଥା ଗବେଷକ ଉମା ଶଙ୍କର କର, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଦାଶରଥି ଆଚାର୍ଯ୍ୟ ଯୋଗ ଦେଇଥିଲେ । ସଂପାଦକ ହେମନ୍ତ ସାହୁ ସ୍ୱାଗତ ଅଭିଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଆୟୋଜିତ କବିତା ଆସରକୁ ସରସ୍ଵତୀ ମିଶ୍ର ସଂଯୋଜନା କରିଥିବା ବେଳେ ବରିଷ୍ଠ କବି ପଦ୍ମଲୋଚନ ମିଶ୍ର, ବୀରେନ୍ଦ୍ର ରଥ, ଚମରା ବଗର୍ତ୍ତୀ, ପିତାମ୍ବର ଗଉଡ, ଅରୁଣ ପ୍ରଧାନୀ, ସତ୍ୟ ନାରାୟଣ ସାହୁ, ତପନ କୁମାର ସାହୁ, କାହ୍ନୁଚରଣ ସାହୁ, ଡୁଲେଶ୍ୱର ସାହୁ, ଭାଗିରଥୀ ଷଡ଼ଙ୍ଗୀ (ସୁରୁ), କୀର୍ତ୍ତନ ଘିଭେଲା, ହେମନ୍ତ ସାହୁ, ମାନସ ରଞ୍ଜନ ପ୍ରହରାଜ, ଉଦୟ ନାୟକ, ଡ. ଅଜିତ କୁମାର ବେହେରା ପ୍ରମୁଖ କବିତା ପାଠ କରିଥିଲେ । ଡିଲିଟ ଉପାଧି ଲାଭ କରିଥିବା ଡ. ଅଜିତ କୁମାର ବେହେରା ଓ ଡ. କୌତୁକ ପନ୍ଦରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ପରମାନନ୍ଦ ବିଶି ଏବଂ ନାରାୟଣ ମହାଲିକ । ଗତକାଲି ଓ ଆଜି ହୋଇଥିବା ପ୍ରାଥମିକ ବିଦ୍ୟାଳୟଠାରୁ ମହାବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁଶାନ୍ତ ମିଶ୍ର । ପରିଶେଷରେ ସଂସଦର ଉପ ସଭାପତି ସୁରେନ୍ଦ୍ର ମହାଖୁଡ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × 5 =